କବିତା ପର୍ବକବିତା ସଂଖ୍ୟା ୦୯
କବିତା ପର୍ବକବିତା ସଂଖ୍ୟା ୦୯
ମନର କୋହ ରୋକିହୁଏନା
ଲୁହ ହୋଇ ଝରିଆସେ
ସାରା ଲୁହ ପିଇଯାଏ ଓଠ।
ଚିତ୍କାର କରି ଶୁଖିଯାଇଥିବା ଓଠ
କହିବାକୁ ଚାହେଁ ଅନ୍ତରତ୍ତମ ଦୁଃଖ
୨୫ ବର୍ଷ ର ଅନବରତ ଚେଷ୍ଟା
ବିଫଳତାର ସ୍ୱାଦ,କହିବାକୁ ସାମର୍ଥ୍ୟ ହରେଇ ସାରିଛି।
ଦୂରେଇ ଯାଇଛି ନିଜଠୁ ।
ଦୂରରେବି ଆଜି ସ୍ଵପ୍ନ ର ଆଶା
ବୁମେରାଙ୍ଗ ହୁଏନି କହିଦେଲା କଥା, ବୋହି ଗଲା ପାଣି
ଶଦ୍ଦ ରେ, ଶଦ୍ଦରେକଥା କଟାକଟି
ମୁଁ ରୁ ମୁଁ କାର ର ଲେଲିହାନ ଶିଖା
ପୋଡ଼ି ଦିଏ ବିବେକ ଆତ୍ମା
ସମ୍ପର୍କ ର ମାନେ କିଛି ରୁହେନା
ବନିଯାଅ ସ୍ଵାର୍ଥର କିଙ୍କର
ଖା,ଗିଳି,ଭୁଞ୍ଜରେ ପାର୍ଥକ୍ୟ ଜଣାପଡେ ନା।