STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି-କବିତା-21 : ଡଙ୍ଗା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି-କବିତା-21 : ଡଙ୍ଗା : -ଡକ୍ଟର କୃତ୍ତିବାସ ନାୟକ

1 min
203


ପ୍ରେମଡ଼ଙ୍ଗା ଗଢ଼ି ପତାକା ଉଡ଼େଇ ଲେଖିଦେଲ ମୋର ନାଆଁ,

ସହରେ ବଜାରେ ବାଟରେ ଘାଟରେ ଜଳେ ଅପବାଦ ନିଆଁ |(0)


ଦୁନିଆ କହୁଛି କଳଙ୍କିନୀ ମୁହିଁ ତୁମେ ମୋ ବ୍ୟର୍ଥ ନାୟକ,

ଏ' ସମାଜ ଆଜି ଆମରି ମୁହଁରେ ଲଗାଇ ଦେଲା କଳଙ୍କ |


କହି ପାରୁନାହିଁ ଭଲପାଏ ବୋଲି ମଉନେ ହେଇଛି ଠିଆ |

ପ୍ରେମଡ଼ଙ୍ଗା ଗଢ଼ି ପତାକା ଉଡ଼େଇ ଲେଖିଦେଲ ମୋର ନାଆଁ |(1)


ଲୋଡ଼ାନାହିଁ ମୋର ଏଇ ସମାଜରୁ ପ୍ରଶଂସାର ମାନପତ୍ର,

ସପନ ତୁମର ହେଇଯାଉ ସତ ଗାଇ ପ୍ରେମ ମଧୁମନ୍ତ୍ର |


କହିଦିଅ ଖୋଲି ମୁଁ ତୁମ ପ୍ରେମିକା ଡାକ ଉଚ୍ଚ ସ୍ଵରେ ପ୍ରିୟା,

ପ୍ରେମଡ଼ଙ୍ଗା ଗଢ଼ି ପତାକା ଉଡ଼େଇ ଲେଖିଦେଲ ମୋର ନାଆଁ |



Rate this content
Log in

Similar oriya poem from Romance