STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-04 : ତାରା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-04 : ତାରା : -ଡକ୍ଟର କୃତ୍ତିବାସ ନାୟକ

1 min
170


ମୋ ମନ ଆକାଶେ ତୁମେ ତ ଉଇଁଛ ସଂଧ୍ୟାତାରାଟିଏ ହୋଇ,

ଆଉ ଯେତେ ତାରା ମଳିନ ଦିଶନ୍ତି ତୁମ ଚାରିପାଶେ ଥାଇ | (ଘୋଷା)


କବିତାରେ ମୋର ତୁମେ ତ ନାୟିକା ହାସ୍ୟମୟୀ ରାଧାରାଣୀ,

ଜୀବନ ଯାତ୍ରାରେ ସହଯାତ୍ରୀ ହୋଇ ଶୁଣାଇଛ ପ୍ରୀତିବାଣୀ |

ସଜାଡ଼ି ଦେଇଛ ଅସଜଡ଼ା ମନ ମିଠାକଥା କହିକହି |

ମୋ ମନ ଆକାଶେ ତୁମେ ତ ଉଇଁଛ ସଂଧ୍ୟାତାରାଟିଏ ହୋଇ | (1)


ଅମାନିଆ ମନ ମାନେନାହିଁ ବୋଲି ମିଛ ଅଭିମାନ କରେ,

ତୁମେ ବୁଝିପାର ମୋ ମନ-କଥାକୁ ସେଥିପାଇଁ ନିତି ଝୁରେ |

ତୁମେ ମୋ ହୃଦୟ ଝରଣାର ଝର କେବେ ଛଳଛଳ ନଈ |

ମୋ ମନ ଆକାଶେ ତୁମେ ତ ଉଇଁଛ ସଂଧ୍ୟାତାରାଟିଏ ହୋଇ | (2)



Rate this content
Log in

Similar oriya poem from Romance