Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-02 : ଆକାଶ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-02 : ଆକାଶ : -ଡକ୍ଟର କୃତ୍ତିବାସ ନାୟକ

1 min
301



ପାହାନ୍ତି ଆକାଶ ବିଦାୟୀ ଜହ୍ନ ମୁଁ-

ମଳିନ ଜ୍ୟୋଛନା ମୋର,

ଛଡ଼ାଫୁଲ ନେଇ ମହକ ଖୋଜିଲେ-

ବୃଥାଶ୍ରମ ହେବ ସାର | (ଘୋଷା)


ବୟସ ଡେଣା ମୋ ହୁଗୁଳି ଯାଇଛି-

ଆଶା ଆକାଶରେ ଉଡ଼ି,

ଅବଶ ଶରୀର ଶିଥିଳ ହୃଦୟ-

ଲୋଡ଼ାହୁଏ ଆଶାବାଡ଼ି |

ହଜିଲା ଅତୀତ ସ୍ମୃତିକୁ ଜାବୁଡ଼ି-

ପାଉନାହିଁ ସୁଖ ତା'ର,

ପାହାନ୍ତି ଆକାଶ ବିଦାୟୀ ଜହ୍ନ ମୁଁ-

ମଳିନ ଜ୍ୟୋଛନା ମୋର | (1)


ସୁଖ ସପନକୁ ରାତିନାହିଁ ଆଉ-

ହସରେ ଝରେନା ମହୁ,

ନିରୋଳା ନିବୁଜ କୋଠରୀର କଥା-

ଭଲ ଲାଗେନାହିଁ ଆଉ |

ମାନ ଅଭିମାନ ଲାଜ ଅପମାନ-

କରି ଦେଇଛି ମୁଁ ଦୂର |

ପାହାନ୍ତି ଆକାଶ ବିଦାୟୀ ଜହ୍ନ ମୁଁ-

ମଳିନ ଜ୍ୟୋଛନା ମୋର | (2)


Rate this content
Log in

Similar oriya poem from Romance