କବିତା ପର୍ବ : (ଅତିରିକ୍ତ) ପଲ୍ଲୀ ଗୀତିକବିତା-33 : ଜହ୍ନ
କବିତା ପର୍ବ : (ଅତିରିକ୍ତ) ପଲ୍ଲୀ ଗୀତିକବିତା-33 : ଜହ୍ନ
ଜହ୍ନକୁ ମାଇଲି ଟେକା ଲୋ ବଉଳ-
ତାରାକୁ ମାଇଲି ତୀର,
ନୀଳ ଆକାଶକୁ ପାଣି ପକେଇଲି-
ସବୁ ହେଇଗଲେ ପର | (ଘୋଷା)
କଇଁକୁ ଦେଖି ମୁଁ ହସୁଥିଲି ସିନା ତାରାକୁ ଖତେଇ ହେଇ,
ଫୁଲକୁ କେତେ ମୁଁ ଗାଳି ଦେଉଥିଲି ଅଫୁଲି ଫୁଲେଇ କହି |
ପ୍ରଜାପତି ବାଟ ଓଗାଳୁ ଥିଲି ମୁଁ- କରି ତାକୁ ହରବର,
ସବୁ ହେଇଗଲେ ପର | (1)
ଅଭିମାନ କରି ପଦ୍ମ ପୋଖରୀକୁ ଚାହୁଁ ନ ଥିଲି ମୁଁ ଦିନେ,
ସେଇ ଅଲାଜୁକୀ ମୋର ଦେଶଦେଖି ହସୁଥିବ ମନେମନେ |
ସୁରୁଯ ଉଇଁଲେ ପୂରୁବ ଦିଗରେ ଲାଗୁଛି ତ ମୋତେ ଡର,
ସବୁ ହେଇଗଲେ ପର | (2)

