STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) କବିତା-50 : ପ୍ରେମର ପରିଭାଷା :-ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) କବିତା-50 : ପ୍ରେମର ପରିଭାଷା :-ଡକ୍ଟର କୃତ୍ତିବାସ ନାୟକ

1 min
160


ପ୍ରେମ ଏକ ମିଠା ଫଳ ଲାଗେ ବଡ଼ ମଧୁର,

ନ ଖାଇବା ଲୋକ କହେ- ସିଏ ଖାଲି ଜହର | (ଘୋଷା)


ଦୁଇକୂଳ ଉଛୁଳାଏ ପ୍ରେମ ଏକ ନଈ,

ଜାଣି ନ ଥିଲେ ପହଁରା ପ୍ରାଣଯାଏ ନେଇ |

ସେ ନଈରେ କେବେ ଭଟ୍ଟା କେବେ ଆସେ ଜୁଆର |

ପ୍ରେମ ଏକ ମିଠା ଫଳ ଲାଗେ ବଡ଼ ମଧୁର,

ନ ଖାଇବା ଲୋକ କହେ- ସିଏ ଖାଲି ଜହର | (1)


ପ୍ରେମ ଏକ ଫୁଟାଫୁଲ ରଙ୍ଗ ମଧୁଝରା,

କିଏ ମଧୁ ଚାଖେ ପୁଣି କିଏ ପଡ଼େ ଧରା |

ପ୍ରେମ ଅମୁହାଁ ଦେଉଳ ନାହିଁ ତା' ଦୁଆର |

ପ୍ରେମ ଏକ ମିଠା ଫଳ ଲାଗେ ବଡ଼ ମଧୁର,

ନ ଖାଇବା ଲୋକ କହେ- ସିଏ ଖାଲି ଜହର | (2)


 



Rate this content
Log in

Similar oriya poem from Romance