କବିତା ପର୍ବ : (ଅତିରିକ୍ତ) କବିତା-48 : ଭୋକ :-ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) କବିତା-48 : ଭୋକ :-ଡକ୍ଟର କୃତ୍ତିବାସ ନାୟକ
ଭୋକ ଜାଣେନାହିଁ ଥଣ୍ଡା ଗରମ,
କଞ୍ଚା-ସିଝା ବାସି ଟାଣ-ନରମ |
ନିଦ ଜାଣେନାହିଁ ଖରା କି ଛାଇ,
ବାଟରେ ଘାଟରେ ପକାଏ ଶୋଇ |
ଶୋଷ ଜାଣେନାହିଁ କୂଅ ପୋଖରୀ,
ନେଇଯାଏ ଢାଳ କଳସୀ ଭରି |
ନିଶା ଜାଣେନାହିଁ ପର ଆପଣା,
କ୍ରୋଧ ଜାଣେନାହିଁ ଶାନ୍ତି ସାନ୍ତ୍ୱନା |
ଲୋଭ ଜାଣେନାହିଁ ପାପ କି ପୁଣ୍ୟ,
କାମନା ଜାଣେନା ତା' ପରିଣାମ |
ବେପାରୀ ଜାଣେନା ଦେଶ ବିଦେଶ ,
ଲାଭ ହେଉଥିଲେ ମୁହଁରେ ହସ |
ଚୋର ଜାଣେ ନାହିଁ ଦୟା କି ମାୟା ,
ନିଜ ସୁଖ ଜାଣି ପାରେନା ମାଆ |
ପ୍ରେମ ଜାଣେନାହିଁ ଲାଭ କି କ୍ଷତି,
ଯମ ଜାଣେନାହିଁ ଦିନ କି ରାତି |
