କବିତା କଥା
କବିତା କଥା
ଆଜିର ଦିବସେ କହିବି କଥାଟି
ଶୁଣିବୁ ତୁ ଦେଇ ମନ ।
ବାହାରେ ବୁଲି ତୁ କରୋନା ଭୂତାଣୁ
ଆଣିବୁନି ଗଣ୍ଠିଧନ ।।
ଏ ପର୍ଯ୍ୟନ୍ତ ୟାର ଆୟତ୍ତ ଔଷଧ
ମିଳିନି କାହାକୁ ବାବୁ ।
ନିଜେ ସଚେତନ ଦୂୁରେଇ ରହିଣ
କିଛି ଦିନ ଚଳିିଯିବୁ ।।
ଆଜିର ବେଦନା କାଲିକି ନଥିବ
ରହିଯିବ ଖାଲି କଥା ।
ବାହାର ଦେଶର ଅବସ୍ଥା ଦେଖିଲେ
ଘୁରିଯାଉ ଥାଏ ମଥା ।।
ପୃଥିବୀରେ ଆମେ ଦ୍ଵିତୀୟ ସ୍ଥାନରେ
ଲୋକ ସଂଖ୍ୟା ପାଇଁ ଜଣା ।
ଏମାନଙ୍କ ମଧ୍ୟେ ଭୂତାଣୁବ୍ୟାପିଲେ
ହେବାନି କି ବାଟବଣା ?
କଅଣ ଖାଇବୁ କଅଣ ପିନ୍ଧିବୁ
ତୋ କଥା ତୁ ଜଗିବୁ ।
ପରିବାର ସାଥେ ମିଳିମିଶି ରହି
ଦେଶ କାମେ ଲାଗି ଥିବୁ ।।
ଯୁଗେ ଯୁଗେ ଆମେ ଗରିୟାନ ଅଛୁ
ସୁନ୍ଦର ଚଳଣି ପାଇଁ ।
ସଭିଙ୍କୁ ସୁନ୍ଦର ଆମରି ଦୁନିଆ
ଏକତା ସ୍ୱଚ୍ଛତା ଭୂଇଁ ।।
