STORYMIRROR

Rajendra Giri

Fantasy

5.0  

Rajendra Giri

Fantasy

କବିତା କବିତା

କବିତା କବିତା

1 min
14.4K


କବିତା ତୁମେ ଯାତନାର ଯନ୍ତ୍ରଣା

ହୃଦ ପ୍ରାନ୍ତରେ ବିରହର ବିଛଣା


ତୁମେ ଭାବମୟ ଆଲେଖ

ଗତାୟୁ ଅତୀତକୁ ପରଖ ।।


କବିତା ତୁମେ ସ୍ମୃତିର ଅଭିଧାନ

ଜୀବନ ନାଟିକାର ମାନ-ଅଭିମାନ


ତୁମେ କର ଷଡ ଋତୁର ବର୍ଣ୍ଣନା

ମାନବ ଜୀବନ ସଂରଚନା ।।


କବିତା ତୁମେ ସ୍ବର ଦରଦୀର

ଭାଷ ପୁଣି ମୁଖେ ପୁଞ୍ଜିବାଦୀର


ତୁମେ ଅଟ ଦିଗବାରେଣୀ

ପଥଭ୍ରଷ୍ଟର ସୁଖ ଦୁଃଖ କାହାଣୀ ।।


କବିତା ତୁମେ ଆସ ନିର୍ଜନେ ନିରନ୍ତରେ

ପ୍ରାତଃ,ମଧ୍ୟାହ୍ଣ ,ଗୋଧୂଳିରେ


ତୁମେ ଲଗ୍ନ ହୀନ,ଯୁକ୍ତି ହୀନ

କବି କଲମର ସମ୍ମାନ ।।


କବିତା ତୁମେ ପବିତ୍ର,ଅମୃତ

କାଳେ କାଳେ ଚିର ପୂଜିତ


ତୁମେ ଯୁଗ ଅବସାନେ ମଧ୍ୟ ବନ୍ଦିତ

କବିତା,କବିତା ତୁମେ କବି ଭାବ ମୁକୁତା ।।


ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର ।

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର

( ୨ୟ ବର୍ଷର ଛାତ୍ର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy