STORYMIRROR

Tapaswini DashSarangi

Thriller

3  

Tapaswini DashSarangi

Thriller

କବିତା ଗୋ...

କବିତା ଗୋ...

1 min
313

କବିତା ଗୋ 

ତୁମେ କବି ଲେଖନୀରେ ଲେଖି ଦିଅ ହୃଦୟ କଥା

କବିତା ଗୋ

ତୁମେ କବି ଅନ୍ତରର କହି ଦିଅ ମରମ ଗାଥା।

କବିତା ଗୋ 

ତୁମେ କବି ଜୀବନର ବିଜନ ବେଳାର ସାଥୀ

କବିତା ଗୋ

ତୁମେ କବି ମାନସର ପୀରତି ସମୟ ଗୀତି।

କବିତା ଗୋ

ତୁମେ କବି ବାସ୍ତବ ଚେତନାର ମୁକ୍ତ ଶଦ୍ଦ

କବିତା ଗୋ

ତୁମେ କବି କଲମର ଅସୀମ ଶାସ୍ତ୍ର ସିଦ୍ଧ।

କବିତା ଗୋ 

ତୁମେ କବି ପ୍ରାଣ ବିନ୍ଦୁ ନିର୍ଝରିଣୀ ତୁମ ବେଗ

କବିତା ଗୋ

ତୁମେ କବି ସହଚରୀ ଦେଖାଉଥାଅ ତାକୁ ଦିଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller