Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Comedy

3  

Bidyadhar Mantry

Comedy

କବିତା ଦୁର୍ବଳ, କବି ମାଳ ମାଳ

କବିତା ଦୁର୍ବଳ, କବି ମାଳ ମାଳ

2 mins
163


  ଦୁର୍ବଳ କବିତା , ମାଳ ମାଳ କବି

କଥା,ଗପ ,ଅଭିନନ୍ଦନ ପତ୍ର

ଚିଠି,ଖବର ଓ ସମବେଦନା ପତ୍ର

ସବୁ କିଛି କବିତା ମାଧ୍ୟମରେ!!

ପ୍ରତି ମୁହୂର୍ତ୍ତରେ ନୂଆ ନୂଆ କବି

ସାହିତ୍ୟ ଜାଣି ନ ଥିବା ଲେଖକ ବି କବି

ସୋସିଆଲ ମିଡିଆରେ ଖାଲି କବିତା ଓ କବି

ଦୁର୍ଘଟଣା ଘଟିଲେ କବିତା

ଉତ୍ସବ ପାଳନ ହେଲେ କବିତା

ଆଜିକାଲି କଥା ଗୁଡ଼ିକ ବି କବିତା

କବିତା ଆଢ଼ୁଆଳେ ନିତିଦିନିଆ କଥା ବି କବିତା


କବିତା ଏକ କଳା,ଲେଖିବାର ଚାତୁରୀ

ପଦକୁ ପଦ ମିଶାଇ କବିତା ର ଭାଷା

ଛନ୍ଦ ଲୟ ସହିତ ପଦର ବ୍ୟବହାର

କବିତା ରେ ପ୍ରାଣ ବାୟୁ ର ଉତ୍ପତ୍ତି

ହୃଦୟକୁ ଛୁଇଁ ପାରିବା ପଦ ହିଁ କବିତା

କବିତା ହୃଦୟକୁ ରୋମାଞ୍ଚିତ କରେ


ଯାହା ତାହା,ଯେମିତି ସେମିତି

ପଦ ସାଧା ସିଧା ଲେଖିଦେଲେ କଣ କବିତା !!!

କବି ର ପରିଚୟ ଏତେ ସହଜ ନୁହେଁ

ଅଧ୍ୟବସାୟ ଓ ସାଧନା ର ଆବଶ୍ୟକ

ଭାଷା,ସାହିତ୍ୟ, କାବ୍ୟ,ଛନ୍ଦ ର ଜ୍ଞାନ

ବିଷୟ ବସ୍ତୁ ପ୍ରତି ସମ୍ପୂର୍ଣ୍ଣ ସଚେତନ

ପୁଣି ନିଜର ଧୀ ଶକ୍ତିର ପରିସ୍ଫୁଟ ଜ୍ଞାନ

କବିତା ରେ ଭରି ଯାଏ ମନ୍ତମୁଗ୍ଧ ଭାବ


ସମାଜରେ ଘଟଣା ଓ ଦୁର୍ଘଟଣା

ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ରୂପରେ

ସେହି କ୍ରମରେ କବି ବି କମ୍ ନୁହନ୍ତି

ନିଜକୁ ନିଜେ କବିର ଉପାଧି

ଲେଖିଥିବା କବିତା ପାଠକର ମନକୁ ନ ଆସୁ

ଲେଖା ତଳେ,ଉପରେ ନିଜ ନାମ

ଯିଏ ଦେଖିବ,ପଢ଼ିବ ଆଉ ବୁଝୁ ବା ନ ଵୁଝୁ

କିଏ ଗୋଟେ ନୂଆ କବି ନ କଣ!!?

ଲାଇକ କମଣ୍ଟ ମିଳିଗଲେ, କବିର ଆଖ୍ୟା

ଏତେ ଶସ୍ତା ନୁହେଁ,କବିର ଉପାଧି ଓ ଆସନ

କବି ଜଣେ ସ୍ରଷ୍ଟା ,ନୂତନ ସୃଷ୍ଟିର ଅଧିକାରୀ


ସେମିତି କିଛି ଅଙ୍କୁଶ ନାହିଁ

ଚତୁର୍ଥ ସ୍ତମ୍ବ ର ଅଧିକାର ଏବେ ପ୍ରାୟ ସହଜ

ସୋସିଆଲ ମିଡ଼ିଆ ଆହୁରି ସୁବିଧା

ହାତ ପାଆନ୍ତ ରେ ସବୁ କିଛି

ଯାହା ମନ କୁ ଆସିଲା ଲେଖିଦେଲେ କବିତା !!

ସମ୍ପୂର୍ଣ୍ଣ ପାଗଳାମି, କବି ହେବାର ଧୃଷ୍ଟତା


କେଉଁଟି ଦୁର୍ଘଟଣା ହେଉନି !!

ପ୍ରତି ମୁହୂର୍ତ୍ତରେ ପୃଥିବୀ ର କୋଣ ଅନୁକୋଣେ

ଅକାଳ ଜାତ କବିର ଆବିର୍ଭାବ

ଜଣଙ୍କ ପରେ ଜଣେ,ପରେ ମାଳ ମାଳ

ସମବେଦନା ର ସମ୍ଭାର 

ଆତ୍ମା ଶାନ୍ତି ହେଉ,ମୁକ୍ତି ମିଳୁ,ଏତିକି ପ୍ରାର୍ଥନା


କେତେ ଦରଦୀ କବି ଅଛନ୍ତି

ଦୁର୍ଘଟଣା ପରେ ପରେ ହିଁ ଆବିର୍ଭାବ

ଅଗଣିତ, ମାଳ ମାଳ ନାମ କୁ ମାତ୍ର

ଆଉ କେତେ ମଙ୍ଗଳ ଦାତା କବି ସୁଖ ବେଳରେ

କେତେ ଉପମା ଅଳଙ୍କାର ସହିତ ଦୀର୍ଘ କବିତା

ମଙ୍ଗଳ ମନାସି ଆଶୀର୍ବାଦ ପ୍ରଦାନ

ସୁଖମୟ ହେଉ ଆଗାମୀ ଜିବନ


ନୂଆବର୍ଷ, ଶୀତ, ଖରା, ବର୍ଷା, ରଜ

ରଥଯାତ୍ରା ଠୁ ଖୁଦୁରୁକୁଣୀ,ପର୍ବ ପର୍ବାଣୀ

ସବୁ କିଛି କବିତା ଓ କବିତାମୟ

ପୋଖତ କବି ଆଉ ଲେଖି ନାହାନ୍ତି ବୋଧେ !!

ନୂଆ କବି ପଲ ର ଏବେ ରାଜୁତି

କବିତା ପଠନ,ଲିଖନ ପୁଣି ପ୍ରତିଯୋଗିତା

ଗାଁ ଠୁ ସହର,ଖାଲି କବିତା ଓ କବିତା


କବି ଓ କବିତା

ସୁପ୍ତ ହୃଦୟରେ ଭରି ଦିଏ ଜାଗ୍ରତ ର ଭାବ

ଆତ୍ମତୃପ୍ତି ବି ଅଛି କବିତା ସହିତ

ଦୁଃଖ ଓ ଶ୍ରମ ବି ହୁଅଇ ଲାଘବ

ଯଦି କବିତା ତ୍ୱରାନ୍ୱିତ କରେ ହୃଦୟ ସ୍ପନ୍ଦନ

ଜୀବନ ଯନ୍ତ୍ରଣା ଭୂଲି ହୁଏ କବିତା ପାଠରେ

ହେଲେ, ସେଇ ଭାବର ଅଭାବ ନୂଆ କବିତାରେ

କବି ତ ମାଳ ମାଳ,କିନ୍ତୁ କବିତା ଦୁର୍ବଳ



Rate this content
Log in

Similar oriya poem from Comedy