କବିତା ଦିବସ ଅନୁଚିନ୍ତା
କବିତା ଦିବସ ଅନୁଚିନ୍ତା
କବିତା କବିତା କବିତା
ଅଟଇ କବିଙ୍କ ବନିତା ll
କବିଙ୍କୁ ଅନୁରୋଧ ମୋର
କବିତା ସୃକ ମନୋହର ll
ସୂକ୍ଷ୍ମ ବିଚାର ସ୍ଥୂଳ ଚିନ୍ତା
ଅଳପ ଶବ୍ଦେ ବହୁ କଥା ll
କବିତା ଲକ୍ଷଣଟି ଏହି
କବି ଶୁଣିବେ ମନଦେଇ ll
ସୁନ୍ଦର ଶବ୍ଦ ଗୁନ୍ଥି କରି
କବିତା ସୃଜ ମନୋହରୀ ll
ପାଠକ ମନ ହରି ନେବ
ତେବେ କବିତା ବୋଲାଇବ ll
କବିତା କ୍ରମେ ହୋଇ ଦୀର୍ଘ
ବୋଲାଇ କାବ୍ୟ ମହାକାବ୍ୟ ll
ପୁରୁଣା ବୋଲାଇ ପୁରାଣ
ମହାଭାରତ ରାମାୟଣ ll
ଚିନ୍ତନ କରି ଧୀରେ ଧୀରେ
କବିଙ୍କ କଣ୍ଠେ କାବ୍ୟ ସ୍ଫୁରେ ll
ବୀଣାପାଣିଙ୍କ କୃପା ବଳେ
କୋବିଦେ କବିତା ରଚିଲେ ll
ବାଲ୍ମିକୀ ଶୁକ ବେଦବ୍ୟାସ
ସାରଳା ଭଞ୍ଜ କାଳିଦାସ ll
ତୁଳସୀ ଦାସ ଜଗନ୍ନାଥ
ରଚିଲେ ଅସୁମାରୀ ଗ୍ରନ୍ଥ ll
ସର୍ବେ ଅଛନ୍ତି ବାଣୀ ଧ୍ୟାୟୀ
ବାଗ୍ଦେବୀ ବାକ୍ୟ ଦ୍ୟନ୍ତି କହି ll
କବିତା ଦିବସରେ ଚିନ୍ତା
କ୍ଷୁଦ୍ର ମୋ ଏହି ଅନୁଚିନ୍ତା ll
ନମସ୍ତେ ନମସ୍ତେ ଶାରଦେ
ବରଦେ ନମେ ତୋର ପଦେ ll