Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ଆଳାପ-42 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -07 : ଆଶା :

କବିତା ଆଳାପ-42 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -07 : ଆଶା :

1 min
301


ଆଶା ବୈତରଣୀ ପୁଣି ବିଶ୍ୱାସର ସ୍ରଷ୍ଟା,

ଆଶା-ବିଶ୍ୱାସ ମିଳନେ ମିଳେ ସଫଳତା |


ଆଶାହୀନ ଜୀବନଟା ମରୁଭୂମି ସମ,

ଆଶା ହିଁ ମରୁଭୂମିକୁ କରେ ମରୁଦ୍ୟାନ |


ଆଶା ଜନ୍ମଦାତା ପୁଣି ବିକାଶର ମାତା,

ଆଶା ପ୍ରବଳ ହୋଇଲେ କରେ ସେ ପତନ |


ଉଚ୍ଚଆଶା ଉନ୍ନତିର ପ୍ରଥମ ସୋପାନ,

ନିରାଶା ହତାଶା ପ୍ରାଣହୁଏ ବ୍ୟାକୁଳିତ |


କାମନା ବାସନା ନୁହେଁ ଆଶା ପରିଭାଷା,

ଆଶା ଭରିଦିଏ ନିଶା ଆତ୍ମା ବିଶ୍ୱାସର |


ନିଷ୍ଠା ଶ୍ରମ ବିଶ୍ୱାସରେ ଆଶାହୁଏ ପୂର୍ଣ୍ଣ,

ଦାନ ତ୍ୟାଗ ସେଵା ନୁହେଁ ଆଶାରୁ ଅଭିନ୍ନ |


ଈଶ୍ୱର ପ୍ରାପ୍ତି ଆଶାରେ ତପସ୍ୟାରେ ସାଧୁ,

କୂଛ୍ର ସାଧନାରେ ମଜି ଲଭିଥା'ନ୍ତି ସିଦ୍ଧି |


ସ୍ୱାର୍ଥପର ଆଶା ସିନା ଅତି ସଂକୁଚିତ,

ଜନସ୍ୱାର୍ଥୀ ଦେଶପ୍ରେମୀ ଆଶା ଅସରନ୍ତି |


ବିଶ୍ୱପ୍ରେମୀ ସୃଷ୍ଟିପ୍ରେମୀ ଶାନ୍ତିକାମୀ ବ୍ୟକ୍ତି,

ଅସୀମ ଆଶାକୁ ନେଇ-

ଈଶ୍ୱରଙ୍କ ଆଶାକୁ ସେ କରନ୍ତି ପୂରଣ |



Rate this content
Log in

Similar oriya poem from Classics