Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children

4  

KRUTIBAS NAYAK

Children

କବିତା ଆଳାପ-08 : ଶିଶୁ :

କବିତା ଆଳାପ-08 : ଶିଶୁ :

1 min
192


ଶୁଭ ସକାଳର ଅରୁଣ ଆମେରେ- କୋଟିସୂର୍ଯ୍ୟ ଆଭା ଭରା,

ଆମରି ପରଶେ ଦୁନିଆଟି ହସେ ଫିଟାଇ ଅମୃତ ଧାରା |(ଘୋଷା)


ଛୁଇଁନି ଆମକୁ ପାପପଙ୍କ ମାୟା,

ଆମ ମୁଖେନାହିଁ କାଳିମାର ଛାୟା |

ଆମ ଶିଶୁମନ କୁସୁମ ସମାନ ହସ ପୁଣି ମଧୁଝରା |

ଶୁଭ ସକାଳର ଅରୁଣ ଆମେରେ-କୋଟି ସୂର୍ଯ୍ୟ ଆଭା ଭରା |(1)


ଆମେ ରୁପାଜହ୍ନ ପୂନେଇଁ ରାତିର,

ଗଭୀର ଜଳରେ ରତନ ଭଣ୍ଡାର |

ଆକାଶ ରାଇଜେ ଆମେ ଶିଶୁ ଯେତେ ଉଜ୍ଜ୍ୱଳ ପାହାନ୍ତି ତାରା |

ଶୁଭ ସକାଳର ଅରୁଣ ଆମେରେ- କୋଟି ସୂର୍ଯ୍ୟ ଆଭା ଭରା |(2)


ଆମ ମନେନାହିଁ ପର ଆପଣାର,

ଆମ ପାଇଁ ବିଶ୍ୱ ଏକ ପରିବାର |

ଶାନ୍ତିର ଦୂତ ସତ୍ୟର ପୂଜାରୀ ସାଜି ସଜାଇବୁ ଧରା | 

ଶୁଭ ସକାଳର ଅରୁଣ ଆମେରେ- କୋଟି ସୂର୍ଯ୍ୟ ଆଭା ଭରା |(3)



Rate this content
Log in

Similar oriya poem from Children