କବିର ଶବ୍ଦ
କବିର ଶବ୍ଦ
ଶବ୍ଦର ଶୃଙ୍ଗାରେ କବିର ହାଲ
ଶବ୍ଦ ବିନ୍ୟାସରେ କବି ବେହାଲ
ଶବ୍ଦ ଲାଳିତ୍ୟ ମାଖି କବି ଝଲମଲ
ଶବ୍ଦ ନୀଳସମ୍ମୋହନେ ଫୁଟେ କବିତା ଫୁଲ
ଶବ୍ଦ କୋଳାହଳେ କବି ପ୍ରାଙ୍ଗଣ ହୁଲସ୍ତୁଲ
ଶବ୍ଦ ବିନ୍ଧାଣି କବି ପରାଣ ବିକଳ
ଶବ୍ଦ ବିପଣି କାରବାରେ କବି ଆକୁଳ
ଶବ୍ଦ ଶୋଷଣ ନିନ୍ଦାରେ କବି ଅଚଳ
ଶବ୍ଦ ନୀଳିମାରେ କବି ପାଏନା ଥଳକୂଳ
ଶବ୍ଦ ପ୍ରଦୂଷଣ ଦେଖି କବି କଳ ବଳ କୌଶଳ
କବିତାର ପଂକ୍ତିରେ ଶବ୍ଦମାନେ ଲୁହ ଢଳଢଳ
କେଵେ ନଈ ପରି କଳକଳ ଛଳଛଳ
କେଵେ ଶବ୍ଦକୁ ଶବ୍ଦରେ ଯୋଡି ସକାଳ
ଶବ୍ଦ ଗନ୍ତାଘରେ କବିଟା ପାଗଳ
କି ପ୍ରକାର କବିତାରେ ଆଛର୍ଣ୍ଣ ପ୍ରଦ୍ୟୁମ୍ନ ବଳ
ଯିଏ ପଢିଲା ପାଠକ କହିଲେ ସକଳ
ଜିନଗତ ରହିଛି ନାତି ପାଖେ ପଲ୍ଲୀକବିଙ୍କ ବଳ
ନନ୍ଦ କିଶୋର ବଳଙ୍କ ଶବ୍ଦ ଚାତୁରୀରେ ବତୁରି
ରିକ୍ସାବାଲା ଗଳ୍ପ ଯିଏ ଲେଖିଛନ୍ତି ତତ୍କାଳ
ବଂଶ ପ୍ରସିଦ୍ଧି ବଢ଼ାଏ ସମୃଦ୍ଧି ପ୍ରଗତିଶୀଳ
ଶବ୍ଦ ଅଟେ ଶୀଳ ପୁଣି ଶବ୍ଦ ଶାଳ ପିଆଶାଳ
ଶବ୍ଦ ଆସିବ କୁଆଡୁ nathile
