Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Action

3  

SUJATA DAS

Action

କବିର କଳ୍ପନା

କବିର କଳ୍ପନା

1 min
255


ସାଗର ତରଙ୍ଗେ

    ଫଗୁ ମିଠା ରଙ୍ଗେ

     ଭିଜିଯାଏ ତନୁମନ

ହୃଦୟ ବୀଣାରେ

  ପ୍ରଣୟ ମହ୍ଲାରେ

    ଶିହରିତ ଅନ୍ତଃ ବନ ।


ପ୍ରୀତି ଝରା ଫୁଲ

  ସ୍ବପ୍ନର ମହଲ

    ଜ୍ୟୋତ୍ସ୍ନାଭିଜା ନିମନ୍ତ୍ରଣ

କେବେ ସ୍ରୋତସ୍ବିନୀ

  ସୁଧା ନିର୍ଝରିଣୀ

     ପୂର୍ଣ୍ଣତାର ଗୁଞ୍ଜରଣ ।


ଅଳପ କଥାରେ

  ଗଳପ ସଜାଏ

   ପ୍ରଣୟର କାବ୍ୟ ରଚେ

ବଉଳ ବାସ୍ନାରେ

  ନହୁଲି ତୃଷ୍ଣାରେ

    ନୀଳ ନିର୍ବାଣରେ ନାଚେ ।


ଭାବନାର ତୁଠେ

  ମନ ପିକ ରଟେ

    କଳ୍ପନା ବିଭୁତି ସିଞ୍ଚି

ହୃଦ ଉପବନେ

  ଅଜଣା ଗୁଞ୍ଜନେ

    ପ୍ରୀତିର ପରାଗ ବିଞ୍ଚି ।


ଲେଖେ ସପ୍ତରଙ୍ଗୀ

   ଶବ୍ଦର ବର୍ଣ୍ଣାଳୀ

      ହୃଦୟର ଅନୁଭୂତି,

କେବେ ପ୍ରୀତିପଦ୍ମ

   ବାସ୍ନା ଯାଏ ଭରି

     କେବେ ଯନ୍ତ୍ରଣାର ଗୀତି।


Rate this content
Log in

Similar oriya poem from Action