STORYMIRROR

Prafulla Chandra Mishra

Fantasy Others

4  

Prafulla Chandra Mishra

Fantasy Others

କବିର କାବ୍ୟ କୁସୁମ

କବିର କାବ୍ୟ କୁସୁମ

1 min
342

ବାସବ କାନନ   ଶୋଭିତ କୁସୁମ

 ସମାନ କିଶୋରୀ  ଶୋଭା ଅପଘନ

 ଶରତ କାଳିନ କି ଚନ୍ଦ୍ର ବଦନ

 ଚଳ ଚଞ୍ଚଳା ରେ ନିରଜ ନୟନ

 ବାନ୍ଧି ନିଏ କବି ମନ , ସଖୀ ରେ , 

 ବାସବ କାନନ…।।


 ସୁର ପୁର ବାଳା  ଲବଣୀ ପିତୁଳା

 କରିନ୍ଦ୍ର ଗମନା    ଗୋ ନବ ଛଇଳା

 ସୈାରଜଗତର ଉଜ୍ବଳ ନକ୍ଷତ୍ର

 ପାହାନ୍ତି ଲଗନ ଧ୍ରୁବତାରା ସେତ

 ବିହ୍ଵଳିତ କରେ ମନ , ସଖୀ ରେ ,

 ବାସବ କାନନ…।।


 ଅବା ତିଳୋତ୍ତମା ପରୀ ରାଜ ଜେମା

 ସୁଧର୍ମା ସଭାର   ଉର୍ବଶୀ କି ମେନା

 ନହେବେ ସମାନ  ଏ ନାରୀ ରତନ

 ପଟାନ୍ତର ନୁହେଁ  କାମଦେବ ବାମା

 କବିର କାବ୍ୟ କୁସୁମ , ସଖୀ ରେ ,

 ବାସବ କାନନ…।।


 ରାତିର ସପନ  ଆଖିରେ ତା ମୁହଁ

 ସେ ଚିତ୍ର ପ୍ରତିମା ପ୍ରେମେ ଅସାମାନ୍ୟ

 ନଦିଅଇ ଧରା ହୁଅଇ ବିଲିନ

 ଶୂନ୍ୟ, ବିରହ ଯାତନା ଜ୍ଵଳନ 

 ଆନମନା କରେ ମନ , ସଖୀ ରେ ,

 ବାସବ କାନନ…।।

 



Rate this content
Log in

Similar oriya poem from Fantasy