STORYMIRROR

Pramod Kumar Jena

Abstract Comedy

4  

Pramod Kumar Jena

Abstract Comedy

କବିପତ୍ନୀଙ୍କ ବିଳାପ

କବିପତ୍ନୀଙ୍କ ବିଳାପ

1 min
512

ଅଳସୁଆ ଯେତେ     ସଂସାରେ ଅଛନ୍ତି

ନିଜକୁ ବୋଲାନ୍ତି କବି

କଲମଟେ ଧରି      ନିଶ୍ଚିନ୍ତେ ବସନ୍ତି

ଦେଇ ଘରଣୀଙ୍କୁ ଚାବି(1)


ବଡ ସୁଆଗରେ       ଡାକି ବସେଇବେ

କବିତା ଶୁଣ ଦି ଧାଡି

ସାରା ଜୀବନରେ     କହିବେନି ଜମା

ଆଣିଦେବି ନୂଆ ଶାଢୀ(2)


ଅସୁବିଧା ହେଲେ     ଦାନ୍ତ ଦେଖେଇବେ

ଯେମିତି ସିଦ୍ଧ ପୁରୁଷ

(କହିବେ) କପାଳ ଲିଖନ ଭୋଗିଗଲେ ଦିନେ

ରାମଚନ୍ଦ୍ର ବନବାସ(3)


ଟଙ୍କାଟେ ଆଣିଲେ    ଦି ଟଙ୍କା ଫିଙ୍ଗିବେ

ସଭା ସମ୍ମିଳନୀ କରି

ଅଖିଆ ଅପିଆ ଘରକୁ ଫେରିବେ

ମାନପତ୍ର ଖଣ୍ଡେ ଧରି(4)


କପାଳଟା ଯାର       ନିହାତି ଖରାପ

ଧରିବ ୟାଙ୍କର ହାତ

ବାପ ପିଲାଙ୍କର      ସେବା କରି କରି

ଆଣ୍ଠୁ ଅଣ୍ଟା ହେବ ବାତ(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract