STORYMIRROR

Sachidananda Behera

Inspirational

2  

Sachidananda Behera

Inspirational

କବି

କବି

1 min
17


କାରିଗର ସିଏ      ଗଢେ ମୁରତି

      ଶହେ ନିହାଣେ

 କବି ସିଏ ଯିଏ     ଗଢେ କବିତା  

    ଗୋଟିଏ କଲମ ମୁନେ ।।(୧)


ସ୍ୱପ୍ନ ରାଇଜରୁ ଆଣି  କେତେ କାହାଣୀ

     ପରଖେ ତାକୁ ଗଣିଗଣି

  ଗୋଟି ଗୋଟି   କେତେ ଶବଦକୁ

     ଖଞେ ସେ ଛାଣି ଛାଣି ।।(୨)


ଲେଖେ ସିନା ସେ    ଅବାସ୍ତବ କାହାଣୀ

    ନଥାଏ ସେଥିରେ ବିଶ୍ୱାସ

 ଲେଖେ ତାକୁ        ବୁଝି ବିଚାରି

   ନରଖି ସେଥିରେ ରାଗହରଷ ।।(୩)


ସମ୍ପୁର୍ଣ୍ଣ ସତ୍ୟ କଥା    ବୁଲାଏ ତାକୁ

      ହୋଇ ପରିଚାରକ

ପଢାଏ କାଗଜକୁ      ଲେଖନୀ ମୁନେ

      ହୋଇ ଜଣେ ଶିକ୍ଷକ ।।(୪)


ବାସ୍ତବ କଥା       ଦିଏ ନୂତନ ରୂପେ

       କରି ଅବାସ୍ତବ

 ମୃତ୍ୟୁକୁ କରିପାରେ   ସେ ଜୀଅନ୍ତା

   ଜୀଅନ୍ତାକୁ କରିପାରେ ଶବ ।।(୫)


ପୂଜାରୀ ସିଏ     ସାଧକ ସିଏ 

     ଅଖଣ୍ଡ ଧାରର

ଧାରରେ କରିହୁଏ    ଶତ୍ରୁକୁ ନିହତ

    କବି ନାମଟି ତାହାର।।(୬)



Rate this content
Log in

Similar oriya poem from Inspirational