STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

କବି ଓ କ୍ରାନ୍ତି

କବି ଓ କ୍ରାନ୍ତି

1 min
437

ଯାହା କରି ପାରେ ଖଣ୍ଡlର ଧାର

ତାହା କବିର କଲମ କରିପାରେ

କବି ଓ କ୍ରାନ୍ତି ପରସ୍ପର ସହ

ଜଡିତ କ୍ଷୀର ଓ ନିର ପରି

କବି ଓ କ୍ରାନ୍ତି 

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି

ପରସ୍ପର ସହ ପରିପୁରକ

ଯେଉଁଠି ଅନ୍ଧକାର ଥାଏ

କବିର କଲମ ଆଶାର କିରଣ ବିଞ୍ଚିଦିଏ।

କେବେ ସମାଜର ବଡ଼ ପଣ୍ଡାଙ୍କୁ

ବହୁତ ସୁନ୍ଦର ଭାବେ କଟାକ୍ଷ କରେ

ସବୁ ଲୋକଙ୍କ ଆଖି ଖୋଲିଦିଏ।

ଯାହା କହିବାକୁ ସଭିଏଁ ଡରନ୍ତି 

କବି ତାକୁ ଲେଖିଦିଏ ବ୍ୟଙ୍ଗ 

ଛଳରେ।

ଓଡ଼ିଆ ସାହିତ୍ୟରେ ଅନେକ କବି

କବିତାରେ କ୍ରାନ୍ତି ଆଣିଛନ୍ତି।

ତାଙ୍କ ଶବ୍ଦର ଯାଦୁରେ 

ବିପ୍ଳବ ହେଇଛି 

ଦେଶର ଶାସନ ତନ୍ତ ବି ଦୋହଲିଯାଇଛି।

କବିର କବିତାରେ 

କେବଳ ସ୍ୱପ୍ନ ନୁହେଁ 

ଦଳିତ ପେଷିତ ମଣିଷ ଲୁହ 

ଲହୁ କଥା ଥିଲେ

ସମସ୍ୟା ଓ ସମାଧାନ କଥା ଥିଲେ

ସେ ସାହିତ୍ୟ କାଳଜୟୀ ହୁଏ

ଲୋ ରେବି ଲୋ ନିଆଁ ଲୋ ଚୁଲି 

ପରି ରେବତୀ ମାନେ ଆଗେଇ ପାରନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational