କବି ଓ କବିତା
କବି ଓ କବିତା
କବି ବଞ୍ଚିଥାଏ ଓଁ ଟିଏ ହୋଇ
କବିତା ଭିତରେ ଅଳ୍ପ ଆଳାପ
ଟିକେ ପ୍ରେମ ପ୍ରତାରଣା ଥାଇ
କବିର ନଶ୍ୱର ଦେହ ଇଶ୍ୱର ନେବେ
କବିତା କେ ନେବ ନାହିଁ
ଅନୁଭବର ସମ୍ଭାବନା ସେଥିରେ ଥାଇ
ଗଢେ ଶବ୍ଦ କୋଣାର୍କ
ଉଠାଇ ମାଣିକ
ଦହି ପସରା ନେବାକୁ କହି
କୋଉ ଋତୁ ବିତୁ ଅବା ଥାଆନ୍ତୁ
କବିର ଉଭା ଯେତେ ପୋତା ସେତେ
କଳନା ଗଣନା ସୃଜନୀକୁ କରିବ କେହି
କଳନା ରେ ନଥାଏ ତୁଳନା
ଗଣନା ରେ ନଥାଇ ଯୋଜନା
କବିତା ଉପଲବ୍ଧି ଗୀତ ଯାଏ ଗାଇ
ରଙ୍ଗର ରାଣ ପକାଏ ଫଗୁଣ ଗୁଣୁ ଗୁଣୁ
ମହୁମାଛି ଅବା ଭଅଁର ପରି କେହି
କବି ଜନ୍ମ ଜୟନ୍ତୀରେ କବିତା ଆସରେ
ଗୁଣ ଗ୍ରାମ ଶୁଭା ଶୁଭ ପାଇ
କବି ନିରାକାର ମୁଣ୍ଡଳା ଆକାର
ହର୍ଷେଇ ଦୀର୍ଘଇ ନାହିଁ
ଯୁଗପତ କବି କିନ୍ତୁ ଯାଏ ଜିଇ
କବି ଓ କବିତା ପରସ୍ପର ପରିପୂରକ
ଦୁହେଁ ଦୁହିଁଙ୍କର ହର୍ତ୍ତା କର୍ତ୍ତା ଦୈବବିଧାତା
ଜଣେ ସ୍ରଷ୍ଟା ଜଣେ ସୃଜନୀ ଭାଗ୍ୟବିଧାତା
କବିତା ଯେବେ କାଜାଜୟୀ ଯାଏ ହୋଇ
କବି ଧନ୍ୟ ଆନଠୁ ଅନ୍ୟ ଇତିହାସ ଗାଥା ।
