STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

କବି କେହି କହିନି

କବି କେହି କହିନି

1 min
136

ମଳୟର ମାଳବିକା 

ଫଗୁଣର ଫାଲ୍ଗୁନି

ଆଷାଢ଼ର ଅଶୋକା

ମୌସୁମୀ ମନ୍ଦାକିନୀ

କେହି ମତେ କହିନି

ନିରାଶା ଓ ପ୍ରତ୍ୟାଶା

ଦିବସ ଓ ରଜନୀ

ଶରତର ସ୍ୱାଗତିକା

ବସନ୍ତର ବାସନ୍ତିକା

ହେମନ୍ତର ହେମାଙ୍ଗିନୀ

କିଛି କେବେ ମାଗିନି

ଶଦ୍ଦ ସଳିତା ଜମା ସରେନି

ଶବ୍ଦ ପାହାଡକୁ ମୁଁ

କେବେ କିଛି କହିନି

ଶବ୍ଦ ଗନ୍ତାଘର ଅଛି

କବି କେହି କହିନି

ମେଘ ସବାରରେ ବର୍ଷା

ଆଖି ଲୁହ ଶୁଖୁନି

କେମିତି ମୁଁ ବୁଝେଇବି

ଶବ୍ଦ ମତେ ଖିଆଲି କେତେ

ମନ ଜମା ମାନୁନି

ଶୀତ ସାଜି ପ୍ରହେଳିକା

ଗ୍ରୀଷ୍ମରେ ଗିରିଗୋବର୍ଦ୍ଧନ ଟେକା

ଏଯାଏଁ ମୋ ଜୀବନେ ଆସିନି

ଶବ୍ଦ କୁହେଳିକା ମଲ୍ଲିକା ବିଥିକା

ଦୟିନି କରେ ନିଶି ଯାମିନୀ

ଶବ୍ଦ କରେ ହଟହଟା ଲୋକହସା

କବିତା ଲେଖା ଜମା ସରିନି

କବି ହେଲି କି ନହେଲି ଜାଣିନି

ଋତୁ ପରେ ଋତୁ ଆସେ ଯାଏ

ମୌସୁମୀ ମାତାଲ ମତୁଆଲା

ବର୍ଷା ଜମା ଝରୁନି କି ବୁଝୁନି

ଶବ୍ଦ ଗଜରା ସବୁ ବାନ୍ଧି ଲେଖନୀ

ନୈପଥ୍ୟ ନାୟକ ହୋଇ ଘୁରିବୁଲେ

ପରିଚୟ କବି କେହି କହୁନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract