କବି ଗୋପବନ୍ଧୁ
କବି ଗୋପବନ୍ଧୁ
ହୃଦ ଦରପଣେ ନାଚିଯାଏ ଆଜି
ତୁମ ସେ ପ୍ରିତୀ ର ଛବି
ସ୍ଵରାଜ୍ୟ ର ପଥେ ତୁମେ ବାଟୋଇ ତ
ବେଦନା ବିଦଗ୍ଧ ପ୍ରାଣର କବି ।
କୋଟି ଜନତାର ସିଂହାସନେ ତୁମେ
ଅଟ ସିନା ଗୋପବନ୍ଧୁ
ପୁଣ୍ୟ ଜନ୍ମମାଟି ପାଇଁ ତୁମେ ପରା
ଦୀନ ଦୁର୍ଗତର ବନ୍ଧୁ ।
ବାଧା ବିଘ୍ନେ, ଘାତେ ପ୍ରତିଘାତେ ତୁମେ
ସାଧନା ର ସାତ ସିନ୍ଧୁ
ସତ୍ୟ ଧର୍ମ ପଥେ ସଦା ଚାଲିଥାଅ
ଢାଳି ତୁମ ରକ୍ତବିନ୍ଦୁ ।
ସ୍ବଦେଶୀ ମନରେ ଜଳାଇଲ ଦିନେ
ଆଶାର ପ୍ରଦୀପ ଶିଖା
ଅଶେଷ ଅଲିଭା ହୋଇ ସେ ଜଳିବ
କହି ଉତ୍କଳର ଗାଥା ।
ମହିମା ମଣ୍ଡଳେ ମହିମା ମହନତା
ଯୁଗ ଯୁଗ ପାଇଁ ସ୍ମରଣୀୟ ହେଲ
ଉଡାଇ ତ୍ରିରଙ୍ଗା ବାନା ।
ଅତୀତର ପୃଷ୍ଠା ଯାଉଛି ଲେଉଟି
ତଵ ସ୍ମୃତି ଗାଇ ଗାଇ
ଅମର ହୋଇ ରହିଲ ମହୀରେ
ଇତିହାସେ ସାଇତା ହୋଇ ।
