STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

କାଉନ୍ଟ ଡାଉନ୍

କାଉନ୍ଟ ଡାଉନ୍

1 min
11.6K

ପରସ୍ତ ପରେ ପରସ୍ତ ଘୋଡେଇ ରହିଛି  

କିଛି ସତ୍ୟ , ନିରାଟ ସତ୍ୟ

ସଭିଙ୍କୁ ଜଣା ସେ ସତ୍ୟ ର ଚେହେରା

ତଥାପି ସବୁ ସେଇଠି ଅଭିନୟ ରତ


ମିଛ କୁ ବେଶ୍ ଆଲିଙ୍ଗନ କରି ଜାବୁଡି ଧରୁଛି ଏ ସମାଜ

କିନ୍ତୁ ସାହସ ନାହିଁ ମୁକାବିଲା କରିବାର ସେ ସତ୍ୟ କୁ



ସୂର୍ଯ୍ୟ , ଚନ୍ଦ୍ର ପରି

ଦିନ ଆଉ ରାତି ପରି 

ସେ ବି ତ ଧ୍ରୁବ ସତ୍ୟ

ଯାହାକୁ ବଦଳେଇବା ର ଭାବନା ବି 

ସେ ଲୋଭୀ କୁକୁର ର ପାଣି ରେ ମାଉଁସ ଖଣ୍ଡ ପ୍ରତିଛବି ପରି


ହଁ ସମସ୍ତେ ଜାଣିଛନ୍ତି ତାକୁ

ସେ ଆଉ କେହି ନୁହେଁ  

ସେ ହିଁ ତ ମୃତ୍ୟୁ


ଯାହାକୁ ପାଇବାର ଅପେକ୍ଷା ସମସ୍ତେ କରନ୍ତି ଜୀବନ ସାରା



ଆଉ ଷ୍ଟପ୍ ୱାଚ୍ ଟେ ଧରି

ସେ କରି ଚାଲିଛି ଆମ ଜୀବନ ନାଟିକା ର କାଉ ନ୍ଟ ଡାଉନ୍


ହେଲେ ବି ଏ ସୃଷ୍ଟି କେବେ ବୁଝେନା  

ଜାଣି ପାରେନା

ଆଗକୁ ବଢିବାର ନିଶା ରେ

ସ୍ବାର୍ଥ କୁ ପୂରଣ କରିବା ଇଛା ରେ

ବଢିଆମି ର ଜାଲ କୁ ବିଛେଇବାର ଛଳନା ରେ ସେ ସବୁ ଭୁଲିଯାଏ



ପ୍ରତି ବର୍ଷ କୁ ଥରେ ଗୋଟିଏ ବର୍ଷ ର ପୂର୍ତ୍ତି ରେ ନାଚି ଉଠେ

ଭୁଲି ଯାଏ

ଜୀବନ ରାସ୍ତା ରୁ ପୁଣି କମିଗଲା

ଆଉ ଗୋଟେ ବର୍ଷ



ସେ ବୁଝି ପାରେନି ଅବା

ବୁଝି ବି ନ ବୁଝିବାର ଛଳନା କରେ

ତାହା ଜଣା ନାହିଁ


ତଥାପି କେବେ ବି ଅଟକି ଯାଏନି ସେ କାଉନ୍ଟ ଡାଉନ୍

ଯାହା ର ଲକ୍ଷ୍ୟ ଅଟକି ଯାଏ

ସେଇ ଚିରନ୍ତନ ସତ୍ୟ ପାଖେ


Rate this content
Log in

Similar oriya poem from Tragedy