STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

କାଶତଣ୍ଡୀ

କାଶତଣ୍ଡୀ

1 min
249


ଶରତରେ  କାଶତଣ୍ଡୀ ଖିଲିଖିଲି ହସେ

ପବନରେ ଝୁଲି ଝୁଲି ମୃଦୁ ମନ୍ଦେ ଭାଷେ ||


ପବନର ବୀଣା ସୁରେ କରିଣ ଝଙ୍କୃତ

ସର୍ବପ୍ରାଣୀ ମନେ ଦିଏ ଖୁସି ଅପ୍ରମିତ ||


ଆକାଶର ନୀଳିମାରେ ମେଘର ମୁକୁଟ

ମନ ମୋହିନିଏ ତାର ଚାରୁ ଚିତ୍ରପଟ ||


ନଭେ ଧଳା ମେଘମାଳା ଦେଖି କାଶତଣ୍ଡୀ

ପବନର ତାଳେ ତାଳେ ନାଚଇ ଉଦଣ୍ଡୀ||


ଆକାଶେ ଭାସ୍କର ଢାଳେ ଶୁଭ୍ର ଜ୍ୟୋତିଧାରା

ମେଘ କାଶତଣ୍ଡୀ ଦେହେ ଝଟକୁଛି ହୀରା ||


ଚକ୍ରପାଣି ମସ୍ତକରେ ଯେହ୍ନେ ମୟୂର ଚନ୍ଦ୍ରିକା 

ଧରଣୀ ମାଆର ଗଭାରେ କାଶତଣ୍ଡୀ ଶୋଭା ||


ପାଶଦେଇ ଯାଉଥା'ନ୍ତି ଯେତେ ସବୁ ନାରୀନର

ଅଟକି ଦେଖନ୍ତି କାଶତଣ୍ଡୀର ସମ୍ଭାର ମନୋହର ||


ବିରୂପା ସେତୁରୁ ଦେଖ ଦୁଇ ପାର୍ଶ୍ୱ ନଦୀର ଶେଯରେ

 କାଶତଣ୍ଡୀ ଖେଳୁଅଛି ନଦୀ ଶେଯ ବାଲୁକା ଉପରେ||


ଆନନ୍ଦରେ ଗାଉଅଛି ପ୍ରିୟଜନ ସାଥି ସଙ୍ଗତରେ

କଟକର ଦୁର୍ଗାପୂଜା ପାର୍ବଣର ପୂର୍ବ ଆଭାସରେ ||


ଗାଈପଲ ଗୃହେ ଚଳେ ଦିବସର ଶେଷେ

ଗୋଧୂଳି ଲଗନେ କାଶତଣ୍ଡୀ ସୁଷମା ପରଶେ||


ବେଳ ବୁଡି ସଂଜ ହେଲା ଜହ୍ନମାମୁଁ ଆକାଶରେ ଦିଶେ

ସରସୀରେ କଇଁ ଫୁଲ ମୃଦୁହାସେ ନୀଳିମାରେ ଚାହିଁ ବସେ ||


ପୋଖରୀ ହୂଡାରେ କାଶତଣ୍ଡୀ ଦେଖେ ସନ୍ତର୍ପଣେ ବସି

 ଚାନ୍ଦ ପ୍ରୀତି ଅଭିସାରିକା କଇଁ ଫୁଲ ଚାହେଁ ହସି ହସି11


ପୂରୁବ ଆକାଶ ଦିଗ୍ବଳୟ ଡେଇଁ ଉଇଁ ଆସେ କ୍ରମେ ଶଶୀ

କଇଁ ମୁଖ ଜଳେ ଜୋଛନା ପଡିଲେ ସତେକି ମୁକୁତା ପଡଇ ଖସି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational