କାଶତଣ୍ଡୀ
କାଶତଣ୍ଡୀ


ଶରତ ଆଗମେ ଧରା ନାଚୁଅଛି
କୁସୁମ କରନ୍ତି ମେଳି
ତରାଟ ଟଗର ପଦୁଅଁ ର ସାଥେ
ଫୁଟି ଅଛି କେତେ କଳି ।
କଇଁ ଖେଳୁଅଛି ସରୋବର ତଟେ
ଜୁଇ ଯାଇ ହେନା ବାସେ
କାଶତଣ୍ଡୀ ତାର ଚାମର ହଲାଇ
ନଈ ପଠା ପରେ ହସେ ।
ଶୁଭ୍ରକାନ୍ତି ତାର ରୂପ ମନଲୋଭା
ହରି ନିଏ ସବୁ ମନ
ଜହ୍ନ ତ ଢାଳୁଛି ଶୀତଳ ଜୋଛନା
ହସଇ ପ୍ରତି ପରାଣ ।
କୋମଳ ପରଶ ମନଟି ସରସ
ତନୁ ମନ ପୁଲକିତ
ମାଆ ଦଶଭୁଜା ଆବିର୍ଭାବ ହେବେ
ଦେଲାଣି ସିଏ ସଂକେତ ।
ପ୍ରକୃତି ରାଣୀର ଅଭିନଵ ରୂପ
ଋତୁ ଚକ୍ର ଆସେ ନେଇ
କିଏ ବା କଳିବ ସେ ରୂପ ଲାବଣ୍ୟ
ଛାର ମନୁଷ୍ୟ ତ ମୁଇଁ ।