କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ମଣ୍ଡୀତଧରାରେ
ଶରତ ଆକାଶ ତଳେ
ଧୋବ ଫର ଫର
ଦିଶେ କେଶ ତାର
ଶୁଭ୍ର ଶିହରଣେ ଖେଳେ
ଆସିଛି ଅଶୀଣ
ସରିବ କଷଣ
ମା"ର ଆଶିସ ପାଇ
ବିରାଜିବେ ଦୁର୍ଗା
ଦୁର୍ଗତି ନାଶିନି
ପାପ ତାପ ଯିବ ଧୋଇ
ହସେ କାଶତଣ୍ଡୀ
ହସିବ ଜଗତ
ଯାତନା ବିନାଶ ହେଲେ
ଶୁକ୍ଲ ଶାଢୀ ପିନ୍ଧି
ସଦା କାଶତଣ୍ଡୀ
ମା"ପାଦେ ଗୁହାରି କରେ
