କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
କି ସୁନ୍ଦର ଦିଶେ କାଶତଣ୍ଡୀ ଫୁଲ
ଦେବୀ ଦୁର୍ଗା ଆଗମନେ,
ମାଆଙ୍କ ସ୍ୱାଗତେ ଚାଉଁରୀଟି ପରି
ଝୁଲୁଥାଏ ସେ ସମ୍ମାନେ।୧।
ଶରତ ଋତୁରେ କାଶତଣ୍ଡୀ ଫୁଲ
ଧରିତ୍ରୀରେ ପ୍ରକାଶିତ,
ମାଆଙ୍କ ସ୍ୱାଗତେ ଏ ଧରା ଧାମରେ
ହୋଇ ଥାଏ ସୁସଜ୍ଜିତ।୨।
ନଦୀ କୂଳ ସାରା କାଶତଣ୍ଡୀ ଫୁଲେ
ମନ ନେଉ ଥାଏ ମୋହି,
ଚାଷ ଆବରଣେ ଜନ୍ମ ହିଁ ତାହାର
ଧଳା ପୁଷ୍ପେ ଦିଏ ମହୀ।୨।
ରାସ୍ତ ଦୁଇ ପଟେ ସୁସଜ୍ଜିତ ଫୁଲ
ମୋହୁ ଥାଏ ଜନମନ,
ଦୁର୍ଗା ଦେବୀଙ୍କର ଆଗମନେ ସେହୁ
ଝୁଲୁଥାଏ ନିତିଦିନ।୩।
ପଟାନ୍ତର ନାହିଁ ସ୍ୱାଗତେ ତାହାର
ଦେବୀ ଆଗମନେ ଧ୍ୟାନ,
ସବୁ ହିଁ ସୌନ୍ଦର୍ଯ୍ୟ ଆଣି ଥାଏ ସେହୁ
ଦୁର୍ଗାଙ୍କ ସମ୍ମାନେ ମନ।୪।
ଶରତ ଋତୁର ଶୀତଳ ପବନ
ବୋହୁ ଥାଏ ଧୀରେ ଧୀରେ,
ଚାଉଁରୀଟି ପରି କାଶତଣ୍ଡୀ ଫୁଲ
ହଲୁ ଥାଏ ଧୀରେ ଧୀରେ।୫।
ଜଗତ କଲ୍ୟାଣେ ଦେବୀ ଆବିର୍ଭାବ
ହେବେ ମହୀମଣ୍ଡଳରେ,
ଭକ୍ତ ପୂଜିବେଟି ମାତାଙ୍କ ଚରଣ
ଏହି ଶରତ ଋତୁରେ।୬।
କାଶତଣ୍ଡୀ ଫୁଲ ଚାଉଁରୀଟି ହେବ
ଦେବୀ ଆବିର୍ଭାବେ ଏହୁ,
ଦୁର୍ଗାଙ୍କ ପେଣ୍ଡାଲ୍ ସୁସଜ୍ଜିତ ହେବ
ଭକ୍ତ ଭକ୍ତି ବଳେ ସେହୁ।୭।
ସିଂହର ବାହାନୀ ଜଗତ କଲ୍ୟାଣୀ
ଜଗତ ତାରିଣୀ ମାତା,
ଶରତ ଋତୁରେ ମତ୍ତ୍ୟୈ ଆଗମନ
କରିବେ ଉଧାର ମାତା।୭।
ଆଗମନେ ତାଙ୍କ ଚାଉଁରୀର କାର୍ଯ୍ୟ
କରୁଥିବ କାଶତଣ୍ଡୀ ,
କାଶତଣ୍ଡୀ ଫୁଲ ଧୀରେ ଧୀରେ ଝୁଲି
ମୋହୁଥିବ ସେହୁ ହୁଣ୍ଡି।୮।
ଝୁଲୁଥିବ ସେହୁ ଅତି ହିଁ ଭକ୍ତିରେ
ନଥିବ ବିଶ୍ରାମ ତାର,
ଜନ୍ମଟି ତାହାର ମାତାଙ୍କ ସ୍ୱାଗତେ
ଧନ୍ୟ ଜୀବନଟି ତାର।୯।
କି ସୁନ୍ଦର ଦିଶେ କାଶତଣ୍ଡୀ ଫୁଲ
ଦେବୀ ଦୁର୍ଗା ଆଗମନେ,
ମାଆଙ୍କ ସ୍ୱାଗତେ ଚାଉଁରୀଟି ପରି
ଝୁଲୁଥାଏ ସେ ସମ୍ମାନେ।୧୦।
