Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Children

2  

Prabhati Mahapatra

Classics Inspirational Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
76


ଧରମ ମାସରେ ଗଣିତା କାର୍ତ୍ତିକ

ଆନନ୍ଦେ କରିବା ଦାନ

ଆଶୀଷ ଢାଳିବେ ଦୁଃଖି ରଙ୍କି ଯେତେ

ଏହା ତ ମହତ ପୁଣ୍ୟ ।

ଆ କା ମା ବୈ ହେଉ ଥିବା ଗାଇ

ପାନ ଗୁଆ ଦେଇ ସାଥେ

ସାଧବ ସୁତର ମଙ୍ଗଳ କାମନା

ବାନ୍ଧି ଦେବା ତାର ରଥେ ।

ଉତ୍କଳ ମାଟିର ସୁନ୍ଦର ସୁଖ୍ୟାତି

କରି ଆସୁ ବିତରଣ

ଦେଶ ବିଦେଶରେ ଧ୍ୱଜା ଉଡ଼ି ଉଡ଼ି

କରୁ ଥାଉ ଗୁଣ ଗାନ ।

ଶୈବ ଧାମ ଯେତେ ହେଉ ମୁଖରିତ

ବାଜି ଉଠୁ ଘଣ୍ଟ ଧ୍ୱନି

ମନୁ ଲିଭି ଯାଉ ଯେତେ କଳୁଷିତ

କିଅବା ଦୁଃଖଦ ଗ୍ଲାନି ।

ସ୍ମୃତି ସିଲଟରେ ସାଇତି ରଖିବା

କାର୍ତ୍ତିକ ପୂର୍ଣ୍ଣିମା ଦିନ

ବନ୍ଧୁ ବାନ୍ଧବରେ ସୁସଂପର୍କ ରଖି

ଅର୍ଜନ କରିବା ପୁଣ୍ୟ ।


Rate this content
Log in