କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ମାସଟି ଭାରି ପୂଣ୍ୟ ମାସ ହବିଶେ କଟଇ ଦିନ,
ଦେବ ଦରଶନ ପୂଜନ ବନ୍ଦନ ଧରମେ ଲାଗଇ ମନ |୧|
ପ୍ରତ୍ୟୁଶ ସ୍ନାହାନ ଭଜନ କୀର୍ତ୍ତନ ହରେ କୃଷ୍ଣ ହରେ ରାମ,
ସଂକୀର୍ତ୍ତନ ତାଳେ ମନ ମୀନ ଖେଳେ ଛାଡ଼ି ପଳାଇବ ଯମ |୨|
କାର୍ତ୍ତିକ ଶୁକଳ ଶେଷ ପାଞ୍ଚ ଦିନ ପବିତ୍ର ପଞ୍ଚୁକ ଜାଣ,
ମନରେ ଧରମ କର୍ମରେ ଧରମ ନିରାମୀଷର ଭକ୍ଷଣ |୩|
ମଳ ପଞ୍ଚୁକରେ ଯେବେ ହୋଇଥାଏ ଛଅ ଦିନର ପଞ୍ଚୁକ,
ପ୍ରଭୁ ଜଗନ୍ନାଥ ନାଗାର୍ଜ୍ଜୁନ ବେଶ ଦୁର୍ଲ୍ଲଭ ସାଜ ପୋଷାକ |୪|
କାର୍ତ୍ତିକ ପୂର୍ଣ୍ଣମା ମହା ପୂଣ୍ୟ ଦିନ ଗାଆଁରୁ ସହର ଯାଏ ,
ପୂଣ୍ୟ ଅରଜନ ପାପ ବରଜନ ସବୁ ପୁଣି ଶୋଭାପାଏ |୫|
ଚତୁର୍ଦ୍ଦଶୀ ରାତ୍ରୀ ଉଜାଗର କଟେ ସଂକୀର୍ତ୍ତନ୍ୟେ ନାମ ଗାଇ,
ପ୍ରଭୁ ରାଧାକୃଷ୍ଣ ବିଜେ କରିଥାନ୍ତି ଭକତ ଗଣଙ୍କୁ ନେଇ |୬|
ଭୋର ସକାଳରୁ କଦଳୀ ପଟୁଆ ବୋଇତ ବନ୍ଦାଣ ହୁଏ,
ସଭି ଜନଗଣ ନଈ ପୋଖରୀରେ ଦୀପ ଜାଳିଣ ଭସାଏ |୭|
ଆ‐କା‐ମା‐ଭୈ ବୋଇତ ଭସାଣ ଉତ୍କଳର ପରମ୍ପରା,
ପୂରୁବ ସ୍ମୃତିକୁ ମନେ ପକାଇବା ସାଧବପୁଅଙ୍କ ନାରା |୮|
କାର୍ତ୍ତିକ ପୂର୍ଣ୍ଣିମା ଯାତରା ଲାଗଇ ଉତ୍କଳର ଚାରିଆଡ଼,
ବୋଇତ ବନ୍ଦାଣ ଉତ୍ସବ ହୁଅଇ ସଂସ୍କୃତି ଅଟଇ ବଡ଼ |୯|
ବଡ଼ ମନ ନେଇ ବଡ଼ ବଡ଼ୁଆଙ୍କୁ ଆଲୋକରେ ବିଭୂଷିତ,
ପୂର୍ଣ୍ଣିମା ପ୍ରତ୍ୟୁଶୁ ଡଙ୍ଗାଦୀପ ଦାନେ ଧର୍ମ ହୁଏ ପରାପତ |୧୦|
