STORYMIRROR

Amit Bal

Inspirational

3  

Amit Bal

Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
293

ଆକାଶର ଚାଦର ତଳେ ଗର୍ଜୁଅଛି ଅନ୍ଧାର

      ଆସୁଛି ସକାଳ ପୁଣି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର

ଏ କାର୍ତ୍ତିକ ଶ୍ରେଷ୍ଠ ମାସ ବାର ମାସ ମଧ୍ୟରେ

       ଧର୍ମ ମାସ ନାମେ ପରିଚିତ ମହୀ ମଣ୍ତଳରେ ,


ହବିଷିଆଳିଙ୍କ ବ୍ରତ ଚାଲେ ଏ ସାରା ମାସ

        ପୂଣ୍ୟ ଅର୍ଜିବାକୁ ବର୍ଜନ କରି ଦେଇ ଆମିଷ

ଦଶମୀରୁ ପୂର୍ଣ୍ଣିମା ଯାଏ ପଞ୍ଚୁକ ପାଳନ୍ତି

        ଅଧର୍ମ ଅନ୍ୟାୟକୁ ପାଶେ ପୁରାଇ ନଦିଅନ୍ତି,


କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ଲୋକେ ଆନନ୍ଦରେ 

   ପଞ୍ଚମୁରୁଜ ପକାଇ ତୁଳସୀ ମୂଳେ ନିଜ ଅଗଣାରେ

ଈଶ୍ଵରଙ୍କୁ ସ୍ମରନ୍ତି କେତେ କେତେ ଦାନଧର୍ମ କରି

    ବୁଡ଼ ପକାଇ ବୋଇତ ଭସାନ୍ତି ନଈ ପୋଖରୀରେ ,


ଉତ୍କଳର ଅତୀତର ବୈଭବକୁ ମନେ ପକାଇ 

      କାର୍ତ୍ତିକ ପୂର୍ଣ୍ଣିମା ଆସେ ଅସୁମାରୀ ସ୍ମୃତି ନେଇ,

ଦିନେ ଜାଭା ବାଲି ସୁମାତ୍ରା ଦ୍ୱୀପ ସାଥେ ଥିଲା

     ବେପାର ବାଣିଜ୍ୟ ମା' ମଙ୍ଗଳାଙ୍କ ଆଶିଷ ନେଇ ,


ବୈକୁଣ୍ଠ ଗମନ କରିବାର ବିଶ୍ୱାସ ବି ରହିଛି

       କାର୍ତ୍ତିକ ପୂର୍ଣ୍ଣିମାକୁ ଯେ ନିଷ୍ଠାରେ ପାଳିଅଛି 

କାର୍ତ୍ତିକ ବ୍ରତର ମାହାତ୍ମ୍ୟ ଶ୍ରୀକୃଷ୍ଣ ବଖାଣି ଥିଲେ

   ମନଦେଇ ଦେବୀ ସତ୍ୟଭାମା ସେବେ ଶୁଣି ଥିଲେ ,


ଆ କା ମା ବୈ କୁହାଟ ବଡ଼ି ଭୋରରୁ ମାରି ମାରି

  କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ଲୋକେ ଆନନ୍ଦେ ଅସୁମାରୀ,

ଧର୍ମ ଖାତାରେ ଯୋଡିବାକୁ ପାପପୂଣ୍ୟର ହିସାବ

  ଲୋକେ ଦିଅଁ ‌‌‌‌‌‌‌‌ଦର୍ଶନ କରି ଯାନ୍ତି ହୃଦେ ରଖି ଭକ୍ତି ଭାବ ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational