STORYMIRROR

Prabhas Mohapatra

Inspirational

4  

Prabhas Mohapatra

Inspirational

କାର୍ଗିଲ ବିଜୟ ଦିବସ

କାର୍ଗିଲ ବିଜୟ ଦିବସ

1 min
172


କି ବର୍ଣ୍ଣିବି କୁହ କବିତାରେ କୁହ

ଅକୁହା ଦୁଃଖ କାହାଣୀ ।

କଲମେ ଲେଖିଲେ ଆଖି ଲୁହ ଝରେ

ଭାଇ ମାେ ଶହୀଦ ଜାଣି ।।୧

ଶାନ୍ତି ପ୍ରିୟ ମୋର ଭାରତ ଆମର

ନ ଭାଙ୍ଗେ କେବେ ପ୍ରତିଜ୍ଞା ।

ପାକିସ୍ତାନ ଭାଇ ଦେଲା ଭାଙ୍ଗି ସେହି

ଦେଲା ବଦଳେଇ ସଂଜ୍ଞା ।।୨

ଗୁପ୍ତେ ଗିରି ପଥେ ଆସିଣ ସଙ୍ଗତେ 

ଭଙ୍ଗୀଣ ଚୁକ୍ତି ତାଙ୍କର ।

ନେବା ପାଇଁ ସେତ କାଶ୍ମୀର ଭାରତ

କଲେ ଯେ ଗୁଳି ପ୍ରହାର ।।୩

ଭାରତ ସଇନ ନୁହଁଇ ଯେ ନ୍ୟୁନ

ନୁହଁଇ ସେ ଦୁରୁବଳ ।

ଭାରତ ପାଇଁ ଟି ଲଢ଼ନ୍ତି ସେ ନିତି

ନେଲେବି ପଛେରେ କାଳ ।।୪

ଗିରି ଶୃଙ୍ଗେ ଦେଖ ପାକିସ୍ତାନୀ ଦୂତ

କରନ୍ତି ଯେ ଆକ୍ରମଣ ।

କେତେ ସହି ବୋମା ମୋଟାର ସେନା

ହାରିଛନ୍ତି ଭାଇ ପ୍ରାଣ ।।୫

ତଥାପି ସୈନିକ ଭାଙ୍ଗି ନାହିଁ ସେତ

ଛାଡିନି ହାତୁ ବନ୍ଧୁକ ।

ଜଳ ବାୟୁ ସ୍ଥଳ ସେନା ଯେ ସକଳ

ଯୁଦ୍ଧ କଲେ ଦେଇ ଡାକ ।।୬

ପଛ ଗୁଞ୍ଚା ନାହିଁ ସୈନିକ ଜାତକେ

ଲଢିବ ମାଟିମା ପାଇଁ ।

ଜୀଇଁ ଥିବା ଯାଏଁ ନଦେବ ସେ ହାତେ

ମରିବ ପଛେତା ପାଇଁ ।।୭

ଘନ ଘନ ହେଲା ଦୁଇ ପକ୍ଷେ ରଣ 

ଭାରତ ଛାଡିଲା ବାଣ ।

ରଣ କ୍ଷେତ୍ର ହେଲା ରକତରେ ନାଲି

ଶହୀଦ ହୋଇଲେ ଗଣ ।।୮

ତଥାପି ଭାରତ ଯୁଦ୍ଧ କରେ ସେତ 

ଶିକ୍ଷା ଉଚିତ୍ ଦେବାକୁ ।

ବିଜୟର ଶଙ୍ଖ ସେଇଠୁ ବାଜିଲା

ହରାଇ ପାକିସ୍ତାନକୁ ।।୯

ପର୍ବତ ଶିଖରେ ଉଡ଼ିଲା ତ୍ରିରଙ୍ଗା

କାର୍ଗିଲ୍ ବିଜୟ ପାଇଁ ।

ଜୟ ଯବାନ ଜୟ ଯବାନ ଶଦ୍ଦେ

ପ୍ରକମ୍ପିତ ହେଲା ଭାଇ ।।୧୦

ବିଜୟ ଖୁସିରେ ଆଜି ଦେଶ ହସେ

ଉଡ଼େ ଯେ ତ୍ରିରଙ୍ଗା ଆଜି।

କେତେ ମାଆ ସ୍ତ୍ରୀ ଭଉଣୀ ହରାଇ

ପୁଅ କୁ ହୁଅନ୍ତି ଖୋଜି ।।୧୧

ଗର୍ବେ ମାଆ କହେ ରଖିଲୁ ଟେକରେ

ବାପ କହେ ପୁଅ ବୀର ।

ପତ୍ନୀ କହେ ସ୍ବାମୀ ଦେଶ ପାଇଁ ଲଢି

ଶହୀଦ ହୋଇଲେ ମୋର ।।୧୨

ଶହୀଦ ହୋଇଲେ ମୋର ।।

ଶହୀଦ ହୋଇଲେ ମୋର ।।



Rate this content
Log in

Similar oriya poem from Inspirational