STORYMIRROR

Surjyakanta Dash

Inspirational

4  

Surjyakanta Dash

Inspirational

କାର୍ଗୀଲ୍ ସହିଦଙ୍କୁ ମୋର ଶତ ସଲାମ

କାର୍ଗୀଲ୍ ସହିଦଙ୍କୁ ମୋର ଶତ ସଲାମ

1 min
262


ଯେତେ ଯେତେ ଥର ମନେ ପଡେ ତୁମ 

ବୀର କଥା କୀର୍ତ୍ତିରାଜିର 

ସେତେ ସେତେ ଥର ମୁଣ୍ଡ ନଇଁ ଆସେ

ଆଖିରୁ ନିର୍ଗତ ଲୋତକ ଧାର ।1।


ନିଜ ରକ୍ତରେ ରଞ୍ଜିଥିଲ କାର୍ଗିଲର ଦେହ

ଶୁଣି, ମଥା ଉଠିଯାଏ ଗର୍ବରେ

ତୁମେ ସେଇ ଆମ ଭାରତ ମାଆର ସନ୍ତାନ

ଦେଶ ଭକ୍ତି ଜାଗ୍ରତ କର ମନରେ ।2।


ପିଠି ପଛ କରି ଆମ କାର୍ଗିଲରୁ ପଳାୟନ କଲେ

ଶତ୍ରୁ ଦେଶର ସନ୍ତ୍ରାସବାଦୀ ଓ ସୈନିକ

ତୁମେ ସେହି ବୀର ପୁତ୍ର ନିଜ ରକ୍ତ ଦେଇ

ଆମ ମାଆର ରଖିଲ ମାନ ଓ ଯଶ ।3।


ଆସ ପିଲାମାନେ ଆଜି ଦୀପଟିଏ ଜାଳି

ସହିଦଙ୍କ ନାଁ ରେ ଶପଥ ନେବା

ଦେଇ ନିଜ ଲହୁ - ଲୁହ ଜୀବନ ଯାକର

ଦେଶ ମାତୃକାର ମାନ ଯଶ ରଖିବା ।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational