କାନ୍ଦୁଛି ମୋ ' ଭାରତ ମାତା
କାନ୍ଦୁଛି ମୋ ' ଭାରତ ମାତା
ଆଜି କାନ୍ଦୁଛି ମୋ ଭାରତ ମାତ,
ପାକିସ୍ତାନ ଦ୍ଵାରା ହୋଇ ଅନାସ୍ତ l
କାଶ୍ମୀରକୁ କରିବ ହସ୍ତଗତ
ଭାରତକୁ ଦିନେ କରି ପରାସ୍ତ l
ଆତଙ୍କବାଦୀଙ୍କୁ କରି ସେ ଅସ୍ତ୍ର,
ଚଳାଉଛି ଦେଶେ ନାନା ଷଢ଼ଯନ୍ତ୍ର l
ଉଗ୍ରବାଦୀ ଦ୍ୱାରା କରୁଛି ତନ୍ତ୍ର,
ପ୍ରଚାର କରୁଛି ତା ମୂଢ଼ ମନ୍ତ୍ର l
ଆସ ଆସ ମଠ ନ କରି କିଏ
ବ୍ରାହ୍ମଣ ଠାରୁ ଚଣ୍ଡାଳ ଯାଏଁ l
ଯିଏ ଲୁଚିବ ତ ନିର୍ଲ୍ଲଜ ସିଏ,
କାପୁରୁଷ ଭାବରେ ନିନ୍ଦା ପଏ l
ତୁମ ଧମନୀରେ ବହୁନି କି ରକ୍ତ,
ନାଆଁକୁ କହୁଛ ବଲୁଆ ଶକ୍ତ l
କାଶ୍ମୀରକୁ ଚାଲ କରିବା ମୁକ୍ତ,
ପାକିସ୍ତାନକୁ କରି ଆମେ ରକ୍ତାକ୍ତ l
କଥାରେ କହୁଛ ନା ତୁମେ ଖାଲି,
କାମ କରି ଦେଖାଅ ବୀର ଭଳି l
କାମ ପଡିଲେ ତ ମାରୁଛ ଗଳି,
ଭଦ୍ରର ମୂଖା ଦିଅ ତୁମେ ଖୋଲି l
ତୁମେ କା ଔରଷୁ ହୋଇଛ ଜାତ
ପାକିସ୍ତାନର ନା ଭାରତ ମାତ l
ତୁମେ ଭାତ ଖାଉଛ ନା ଖତ,
ଯୁଦ୍ଧ ପାଇଁ ହୁଅ ଶୀଘ୍ର ପ୍ରସ୍ତୁତ l
କାଟି ଯାଇଛି କି ତୁମର ସ୍କନ୍ଦ,
ହୋଇଗଲକି କି ନିର୍ବାକ ନିସ୍ପନ୍ଦ,
ଆଖି ଥାଇ ତୁମେ କହୁଛ ଅନ୍ଧ,
ବୁଝିପାରୁନ ପାକିସ୍ତାନର ଛନ୍ଦ l
ଆଉ ଦେଖାଅ ନାହିଁ ତୁମର ହିଆ,
ଦେଖିନି ମୁଁ ତୁମ ପରି ମାଇଚିଆ l
ତୁମେ ଛାଗ ଛୁଆ ନା ବାଘ ଛୁଆ,
ନିଶକୁ ମୋଡି ମାର ସବୁ ଡିଆଁ l
କେତେ ଦେଖlଉଅଛି ସିଏ ଟାଣ,
ରଖିବାନି ଆମେ ତାହାର ପ୍ରାଣ l
ଆତଙ୍କବାଦୀଙ୍କୁ ଗୋଡ଼ାଇ ହାଣ,
ଜିତିବାକୁ ଆମେ କରିଛେ ପଣ l
ଧନ୍ୟ ହେବ ଆମ ଭାରତ ମାତା
ଦେଖି ଆମ ଭାତୃଭାବ ଓ ଏକତା l
ମୁଣ୍ଡରୁ ଯିବରେ କାଶ୍ମୀର ଚିନ୍ତା,
ପ୍ରତିଷ୍ଠା କରିବା ଶାନ୍ତିର ବାରତା l
