STORYMIRROR

Aruna Kar

Fantasy

2  

Aruna Kar

Fantasy

କାନଭାସ୍

କାନଭାସ୍

1 min
13.9K



ଆଙ୍କିଥିବା ପରିଷ୍କାର

ପୋଟ୍ରେଟ ରେ

ନାଲି, ନେଳି, କଳା, ସୁନେଲି ର

ମେଞ୍ଚା ମେଞ୍ଚା ଦାଗ...

ନାହିଁ ନ ଥିବା ଧୂଳି

ମିଛ ସ୍ୟାହିରେ ଅନବରତ ପଡୁଛି,

ଖାଲି ପ୍ରତିଶୃତିର ତାଳି,


କାନଭାସ୍ କୁ ସଫା କରିଦେବା କୁ

ଆପ୍ରାଣ ଉଦ୍ୟମ କରି ଥକି ପଡ଼ିଲି

ଦାଗ ସବୁ ଏତେ ଜଡି ଯାଇଛି ଯେ

ଜମା ଲିଭୁନାଁହି....

ଗୁଡ଼ାଏ ଅପଚେଷ୍ଟା ଆଉ

ହତାଶାର ତିକ୍ତ ମରୁବାଲି।


ଯେତେ ବାଗେଇ କରି ପୋଛିବାକୁ

ଚେଷ୍ଟା କଲି ସବୁ ବୃଥା,

ପୋଟ୍ରେଟ ରେ ସଜେଇ ଥିବା

ସବୁ ଶବ୍ଦ, ବାକ୍ୟ, ଶୈଳୀ

ସୃଜନଶୀଳତା ସବୁ ଅସ୍ପଷ୍ଟ.....

ମନ ତଳେ ଖାଲି....

ଜମାଟ ବନ୍ଧା ଅକୁହା ବ୍ୟଥା ।


ଭାରି ଭଲ ପାଉଥିଲି ପୋଟ୍ରେଟକୁ

ତାକୁ ଦୁରେଇବା ଆଦୌ

ସମ୍ଭବ ନୁହେଁ...

କି ଏବେ ସେଥିରେ ଛବି ଆଙ୍କିବା

ବି ଆଉ ସମ୍ଭବ ନୁହେଁ....


ପୋଟ୍ରେଟ କୁ ଦେଖିବା ପରେ

କେଜାଣି କାହିଁକି.....

ଆଖିରେ ଶ୍ରାବଣ ର ଝଡ଼,

ତା ବିପର୍ଯ୍ୟୟ ଦେଖି ଛାତିରେ

ଲୁହର ବନ୍ୟା........

ଭାଙ୍ଗି ଦିଏ ଧୈର୍ଯ୍ୟର ବାଡ଼।


ତାକୁ ଜାବୁଡି ଧରିଛି ହୃଦୟରେ

ଲୁହ ସବୁ ଠୋପା ଠୋପା ରକ୍ତ

ହୋଇ ବହି ଯାଉଛି

କାନଭାସ୍ ର ନିସ୍ପନ୍ଦ ଛାତିରେ....


ଅରୁଣା କର

06:09:18

ଭୁବନେଶ୍ବର..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy