STORYMIRROR

Gautam Das

Abstract Inspirational Others

3  

Gautam Das

Abstract Inspirational Others

କାଳଜୟୀ ହୋଇ ରହିବ ଏ ଗାଥା, ତୁମ ଜୀବନ ହିଁ ତୁମର ବାରତା

କାଳଜୟୀ ହୋଇ ରହିବ ଏ ଗାଥା, ତୁମ ଜୀବନ ହିଁ ତୁମର ବାରତା

2 mins
191

ମୋହନ ମହାନ 

ଦାସ ଦେଶ ଜନ,

କରମ ର ଯୋଗୀ 

ଚାନ୍ଦ ସୁଚନ୍ଦନ ।


ଗାନ୍ଧୀ ସୁଗନ୍ଧିତ

ବିଶ୍ୱରେ ବନ୍ଦିତ,

ରାଷ୍ଟ୍ର ଆତ୍ମାସମ 

ହୃଦୟେ ସ୍ପନ୍ଦିତ ।


ତୁମରି ଆଦର୍ଶ

ବ୍ରତ ଏକାଦଶ,

ପାଳିବାକୁ ନିତ୍ୟ 

ଅହିଂସା ଓ ସତ୍ୟ ।


ଅସ୍ତେୟର ଗୁଣ 

ଚୋରି ନିବାରଣ,

ରାଗ ଦ୍ୱେଷ ଈର୍ଷା 

ଏହାର କାରଣ ।


ଆତ୍ମ ନିୟନ୍ତ୍ରଣ 

ଇନ୍ଦ୍ରିୟ ସଂଯମ,

ଏକାଗ୍ର ଅମୃତ 

ବ୍ରହ୍ମଚର୍ଯ୍ୟ ବ୍ରତ ।


ଅପରିଗ୍ରହରୁ 

ଭାବ ଅନାସକ୍ତ,

ଜୀବନର ସତ୍ୱ 

ତ୍ୟାଗରୁ ପ୍ରାପତ।


ଶାରିରୀକ ଶ୍ରମ 

ସଂକଳ୍ପ ଗ୍ରହଣ,

ଭୋଜନ କେବଳ 

ଶରୀର ପୋଷଣ ।


ଦେଲ ଅନ୍ୟତମ 

ସାଧନାର ଜ୍ଞାନ,

ସଦା ଓ ସର୍ବତ୍ର 

ଭୟର ବର୍ଜନ ।


ପଥ ଯେ ଦୂର୍ଗମ 

କରି ହୃଦଗମ,

ଆଚରିଲ ଭାବ 

ସର୍ବ ଧର୍ମ ସମ ।


ଅସ୍ପୃଷ୍ୟତା ବ୍ୟାଧି 

କଲ ଯେ ନିଦାନ,

ସ୍ୱଦେଶୀ ପ୍ରୟୋଗ 

ସର୍ବ ସମାଧାନ ।


ନମ୍ର ବ୍ରତ ନିଷ୍ଠ 

ବ୍ୟକ୍ତିତ୍ୱ ଗରିଷ୍ଠ ,

ଦେଇଗଲ କେତେ 

ଶିଷ୍ୟ ଜନ ଶ୍ରେଷ୍ଠ ।


ତୁମ ଟୋପି ଘଡି 

ଚଷମା ଓ ବାଡି,

ଚରଖା କଠଉ 

ସବୁ ଗଲ ଛାଡି |


ତୁମ ଦେହ ମାଂସ 

ରକ୍ତ ହାଡ କାଢି,

ଦେଶ ଏକତାରେ 

ସବୁ ଦେଲ ବାଢି |


କାଳଜୟୀ ହୋଇ 

ରହିବ ଏ ଗାଥା,

ତୁମ ଜୀବନ ହିଁ 

ତୁମର ବାରତା ।


Rate this content
Log in

Similar oriya poem from Abstract