Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

-:କାଳିଆର ଲୀଳା:-

-:କାଳିଆର ଲୀଳା:-

1 min
13.8K


କନ୍ଦର ମଧ୍ୟେ ଗୁପତେ ବିଶ୍ଵାବସୁ ସେବେ

କଲେ ଠାବ ବିଦ୍ୟାପତି ଲଳିତା ପ୍ରଭାବେ ।

କରି ଶ୍ରାଦ୍ଧ ଶ୍ରୀଗୁଣ୍ଡିଚା ଇନ୍ଦ୍ରଦ୍ଯୁମ୍ନେ ପ୍ରୀତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୧।


କଳ୍ପତରୁ ସ୍ୱୟଂ ଷୋଳ କଳାର ଠାକୁର

କୁର୍ମ ଶୁକରାଦି କ୍ରମେ ଦଶ ଅବତାର ।

କଳ୍ପ ବୈକୁଣ୍ଠେ ରାଜିତ ଅମର ଅର୍ଚ୍ଚିତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୨।


କଳାନିଧି ମହୋଦଧି ତୀରେ ନୀଳାଚଳ

କମ୍ବୁ କ୍ଷେତ୍ର ଅଧିିିିପତି ଭ୍ରାତ କାମପାଳ ।

କରପଦ ନଥାଇ ବି ଜଗତ ଧରିିିଛ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୩।


କୋଟି ପୁଷ୍ପ ଶିରେ ତବ ତୁଳସୀ ମହକ

କେକି ପୁଛ ଶୋହେ ନେତ ଶୀରି ଅପଲକ ।

କରେ ଦେବଦାସୀ ରାଧା ଭାବେ ନୃତ୍ୟ ଗୀତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୪।


କାମନା କରନ୍ତେ ଭକ୍ତ ଦିଅ ଦରଶନ

କେତେ ବେଶ ଡାଳିକିିିଆ ଅବା ଗଜାନନ ।

କି ସୁଖ ଗୀତ ଗୋବିନ୍ଦେ ଜୟଦେବ କୃତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୫।


କର ରଥଯାତ ପ୍ରଭୁ ଦୟିତା ମେଳରେ

କରାନ୍ତି ପହଂଡି ଭିଡି ରେଶମୀ ରଜ୍ଜୁରେ ।

କଳ୍ମଷ ଜନ ଉଦ୍ଧାରେ ପୁତ କରେ ନେତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୬।


କାମିନୀ କାଂଚନ ଧନ ଆୟୁ ଯଶ ମାନ

କାମନା ଏହି ସଂପଦେ କିବା ପ୍ରୟୋଜନ !

କୈବଲ୍ୟ କଣିକା ଟିଏ ମିଳୁ ଆହେ ମିତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୭।


କଳିର କଳୁଷ ବଢେ କଳାକର ପରି

କର ନାଶ ନରହରି କଳ୍କି ରୂପ ଧରି ।

କଳ୍ମଷ ସଂସାରୁ ପାରି କର ହେ ସାମନ୍ତ

କଳାନିଧି ମୋ ନୟନେ ହୁଅ ପ୍ରତିଭାତ ।୮।


majhibisweswar@gmail.com

M: 9437697161


Rate this content
Log in

Similar oriya poem from Inspirational