କାଳିଆକୁ ଜର ହେଇଛି
କାଳିଆକୁ ଜର ହେଇଛି
ଆରେ ବର୍ଷା ତୁ ଆସିଲା ବେଳେ ମୋର
କାଳିଆ ଧନ କଣ କରୁ ଥିଲା ତୁ
କଣ ତାକୁ ବାଟ ରେ ଦେଖିଛୁ କି ?
ତାକୁ ଜର ହେଇଛି ମୁଁ ଶୁଣି ଥିଲି
ସେ ଭିଜି ବାକୁ ବହୁତ ଭଲ ପାଏ
ସେଥିଲାଗି ତ ସେ ସ୍ନାନ ପୂଣ୍ଣିମାରେ
ସ୍ନାନ ସାରି ଆଠ ଦିନ ହେଲାଣି ଯେ
ଅଣସର ଘରେ ଜରରେ ଘୋଡେଇ
ହୋଇ କାଳିଆ ନିରୋଳାରେ ଶୋଇଛି
ତୁ ଯାଇ ତାକୁ କହ ମାଉସୀ ମାର
ହାତ ତିଆରି ମୋଦକକୁ ଖାଇକି
ଫୁଲଭି ତେଲ ଲଗେଇ ଟିକେ ଶିଘ୍ର
ସୁସ୍ଥ ହୋଇ ଗଲେ ମୁଁ ମୋ କାଳିଆର
ରଥଯାତ୍ରା , ବାହୁଡା ଯାତ୍ରା ଦେଖିବି
ବୋଲି ଚାତକ ପରି ଚାହିଁ ରହିଛି ।
