STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

" କାଳିଆ କସରା "

" କାଳିଆ କସରା "

1 min
3.0K

କାଳିଆ ,କସରା ବଳଦ ଦୁଇ

ଦେଖିଲେ ଲାଗନ୍ତି ଯାଆଁଳା ଭାଇ

କାଳିଆ ଡାହାଣ, କସରା ବାମ

ମାଲିକ ଏମିତି ଦେଇଛି ନାମ

ମାଲିକ ତାଙ୍କର ନିଧିଆ ବୁଢା

ପାକୁଆ ପାଟିରେ ଚୋବାଏ ଖଡା

ସିନ୍ଦୁରା ନ'ଫାଟୁ ନିଦରୁ ଉଠେ

କ୍ଷେତକୁ ଯିବାକୁ ଜୁଆଳି ଯୋଖେ

ହାତରେ ଧରି'କି କେନ୍ଦୁ ପାଞ୍ଚଣ

ଚଷିବାକୁ ଯାଏ ଜମି ଛ' ମାଣ

ଛ'ମାଣରୁ ଯେଉଁ ଫସଲ ମିଳେ

ବରଷଟା ଯାକ ଆନନ୍ଦେ ଚଳେ

ଖାଇବାକୁ ନିଏ କେତକୀ ବୁଢ଼ୀ

ଚା' ଗିଲାସେ କୁ କଂସାଏ ମୁଢି

ବୁଢା ବୁଢ଼ୀ ଦୁହେଁ ଭାରି ସରଳ

ନାହିଁ ପିଲାଛୁଆ ନାହିଁ ଜଞ୍ଜାଳ

ଖଟିକି ଖାଆନ୍ତି ନ'ଥାଏ ଚିନ୍ତା

ଇଆକୁ କୁହନ୍ତି ଜଗତ ଜିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract