STORYMIRROR

Madhabi Patel

Inspirational

2  

Madhabi Patel

Inspirational

କାଳ

କାଳ

1 min
14.3K


ହାତରେ ନ ଛୁଇଁଯେ ବଦଳାଇ ଦେଇପାରେ

ଚମଡାର ରଙ୍ଗ।

ନିହଣ ନ ମାରି ଯେ ବଦଳାଇ ଦିଏ

ଆକୃତି ଓଜନ ଓ ଆୟତନ।

ଚାକୁ କଇଞ୍ଚି ନ ଲଗାଇ ଯେ

ବିଭାଜନ ଘଟାଇପାରେ ଏକରୁ ଦୁଇକୁ।

ରବର ପରି ଲମ୍ବାଇପାରେ

ପୁଣି ଝୁଙ୍କାଇପାରେ ଧନୁପରି।

ତାର ଥାପଡର ପ୍ରଭାବରେ ଗର୍ବର ବନ୍ଧକୁ ଚୁର୍ମାର୍ କରିପାରେ।

ଉର୍ବଶୀର ରୂପ ଅବା ପୌରୁଷର ଅହଂକାର

ରାଜନେତା ଅଭିନେତା ଖେଳାଳୀ ବିଜ୍ଞାନୀ

ଧନୀ ମାନୀ କାହାରି ଆଧିପତ୍ୟର ସେ ଦାସ ନୁହେଁ।

ତା ମନକୁ ଆସେ ତା ମନକୁ ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational