କାଳ ଘୂରୁଅଛି ଘାଇଁଘାଇଁ
କାଳ ଘୂରୁଅଛି ଘାଇଁଘାଇଁ
କାଳ ଘୂରୁଅଛି ଘାଇଁଘାଇଁ ରେ, ମନୁଆ ବାଇ
ଜନ୍ମ ମରଣ ଚକ୍ରକୁ ନେଇରେ... ମନୁଆ ବାଇ ।
କାଳ ଚକ୍ରତାଳେ ଭାଗ୍ୟ ଯେ ବଦଳେ
ବଡ଼ ହୋଇଯାଏ ସାନ
ରାଜ ଚକ୍ରବର୍ତ୍ତୀ ହୁଅଇ ଭିକ୍ଷାର୍ଥୀ
ଭିକ୍ଷାର୍ଥୀ ହୁଏ ରାଜନ
କାର ବଡ଼ପଣ ରହିନାହିଁ ରେ, ମନୁଆ ବାଇ ।
ଜନକ ନନ୍ଦିନୀ ଲଙ୍କାରେ ବନ୍ଦିନୀ
ବିଭୀଷଣେ ରାଜଛତ୍ର
ହରିଶ୍ଚନ୍ଦ୍ର ରାଜା ମଶାଣିରେ ଖଞ୍ଜା
ବିକିଦେଇ ପତ୍ନୀ ପୁତ୍ର
ବଳୀ ପାତାଳ ପୁରେ ଗମଇ ରେ, ମନୁଆ ବାଇ ।
ଚକ୍ରବର୍ତ୍ତୀ ନଳ ହରାଇ ସମ୍ବଳ
କାଟୁଥିଲେ ଘୋଡ଼ା ଘାସ
ଯୁଧିଷ୍ଠି ରାଜନ ବନରେ ଭ୍ରମଣ
ବ୍ରହ୍ମଶାପେ ସଉଦାସ
ଚିର କୁମାର ଗଙ୍ଗା ତନୟୀ ରେ, ମନୁଆ ବାଇ ।
ସମୟ କାହାକୁ ଅପେକ୍ଷା କରେନା
କାହାକୁ ନଦିଏ ଧରା
ସମୟ ହାତରେ ଖେଳନା ପ୍ରକାରେ
ନାଚୁଅଛି ସସାଗରା
ସର୍ବଗ୍ରାସୀ ଶକ୍ତିମାନ ସେହିରେ, ମନୁଆ ବାଇ ।
