Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Inspirational

3  

Dhaneswar Dash

Inspirational

କାଲି ଆସେନାହିଁ କେବେ

କାଲି ଆସେନାହିଁ କେବେ

1 min
227



କାଲି କାଲି ବୋଲି କଥା ଟଳିଯାଏ 

କାଲି ନ ଦିଅଇ ଧରା, 

ଟାଳିବା ପ୍ରକୃତି ଥିବାର ମଣିଷ 

କାଲିକୁ କରେ ଆସରା ।


କାଲି ଆସେନାହିଁ କେବେ ଜୀବନରେ

ଜୀଅନ୍ତି ଆଜି ଜୀବନ,

କାଲି ପାଇଁ ସଦା ଭବିଷ୍ୟତ ଆଶା

କାଲି ଥାଏ ଦିବାସ୍ୱପ୍ନ ।


ଅନ୍ଧାରରେ ବାଡି ବୁଲାଉ ଥାଆନ୍ତି 

କାଳେ କେବେ ବାଜି ଯିବ,

ଉପସ୍ଥିତି କିଛି ଅଛି କିବା ନାହିଁ

ସେ କଥା କିଏ ବୁଝିବ ?


ଠକି ନ ପାରନ୍ତି କେହି କାହାରିକୁ 

ଯେତେ ପ୍ରୟାସ କରିଲେ

ଠିକଥାଏ ସିଏ ଠକୁଥାଏ ଯିଏ

ଠିକମୁଣ୍ଡ ଆସିଗଲେ ।


କାଲିର ଠିକଣା କେ' ପାଇଛି ଖୋଜି

ଦିନ ଗୁଡା ଗଡୁ ଥାଏ

କାଲିପାଇଁ ମୃତ୍ଯୁ ଅପେକ୍ଷା କରେନା 

ଆଜି ସଙ୍ଗେ ନେଇଯାଏ ।


ଆଜି କାମ ଯିଏ ଆଜି କରୁଥିବ 

କାଲିର ଆଶା ନ ରଖି

କର୍ମମୟ ସଦା ରଖେ ସେ ନିଜକୁ 

ହୁଏ ଜୀବନରେ ସୁଖି ।



Rate this content
Log in

Similar oriya poem from Inspirational