STORYMIRROR

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

କାହୁଁ ପାଇବା ଦରଦୀ ଭାବର କବିଟିଏ

କାହୁଁ ପାଇବା ଦରଦୀ ଭାବର କବିଟିଏ

1 min
314


ଜୀବନରେ ଯେବେ ଝଡ଼ ଆସିଥାଏ 

ପ୍ରାଣ ହୁଏ ହାହାକାର

ଭାବୁଥିଲେ କବିଟିଏ ସିଏ, ଯିଏ ଲେଖେ 

କିପରି ଭୟକୁ କରି ପାରିବ ଦୂର ।


କବିଟିଏ ସିଏ ପ୍ରକୃତି ଚିତ୍ରରୁ ସଭ୍ୟ ସଭ୍ୟତା 

ସଂସ୍କୃତିକୁ ବତେଇ ଦିଏ

ଦୁଃଖ ଯନ୍ତ୍ରଣାକୁ ଚିତ୍ରଣ କରି ଦେଶ ବିଦେଶ 

ନିଜ ଅନୁଭୂତିରୁ ସତ୍ୟର ପଥ ଦେଖାଏ ।


କବିଟିଏ ଆଜି ସିଏ, ଯିଏ ଛନ୍ଦ ରସ 

ଅଳଙ୍କାରରେ ଭରି ଦିଏ

ନଥାଉ ତାର ମଣିଷର ଦୁଃଖ ଯନ୍ତ୍ରଣା 

ଦୂର ପାଇଁ ଦରଦୀ ଭାବନାଟିଏ ।


କବିଟିଏ ଆଜି ସିଏ, ଯିଏ ରାଜନୀତି 

ଭଳି ସାହିତ୍ୟ ସଂଗଠନ ଗଢିଥାଏ

ଟଂକା ପଇସା ବଳେ ମନ୍ଦ ବୁଦ୍ଧିରେ ସମୀକ୍ଷକ 

ଗଢି ମାନପତ୍ର ହାସଲ କରି ନିଏ ।


କବିଟିଏ ଆଜି ସିଏ, ଯିଏ କୁସଂସ୍କାର ସବୁକୁ 

ଟେକି ଲେଖି ଚାଲଇ

ମତାନ୍ଧତା ସାମ୍ପ୍ରଦାୟିକ ଦଂଗା ସୃଷ୍ଟି କରିବାର 

ଶବ୍ଦ ସଂଯୋଜନା କରୁଥାଇ ।


କବିଟିଏ ଆଜି ସିଏ, ଯାହାର କୋମଳତା, 

ସ୍ଵଚ୍ଛତା ଉଦାରତାର ଅଭାବ 

ଛଳନା କଳନା ପ୍ରତାରଣାରେ ବିବେକ ଯାର

ସିକ୍ତ କିପରି ଆସିବ ଦରଦୀ ଭାବ ।


କାହୁଁ ପାଇବା କବିଟିଏ ଯେତେବେଳେ ହୃଦୟ 

ସ୍ଵାର୍ଥରେ ହୋଇଥାଏ ଲିପ୍ତ

ସ୍ୱାର୍ଥ ରଂଜିତ ଆଖିରେ ଅଳୀକ ଗର୍ବରେ ପାରିବକି

ବୁଝି ଅନ୍ତରର ବ୍ୟଥା, ଅଭିନୟରେ ଖାଲି ବ୍ୟସ୍ତ ।


କବି ନୁହଁ ମୁଁ, ଜାଣିଛି ଏ ଲେଖାଟି ଅନେକ ଦରଦୀ 

ଭାବନାର ଅକୁହା ଅପ୍ରିୟ କଥା

ଆଜିକାର ଅଭିନୟ କରିବା ଜନ ମାନସରେ କାଲା 

ଆଗେ ମୂଳା ଚୋବାଇବା ସଦୃଶ ବାର୍ତ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy