STORYMIRROR

Antaryami Sahu

Classics

3  

Antaryami Sahu

Classics

କାହ୍ନୁ ପରି କିଏ ହେବ

କାହ୍ନୁ ପରି କିଏ ହେବ

1 min
193


ମିଛ ମାୟା ଦୁନିଆରେ ସତକିଛି ଥାଏ

ନର ରୂପେ ନାରାୟଣ ମୋ କୃଷ୍ଣ ସିଏ ।

ଦୟାମୟ ନିରଞ୍ଜନ କରୁଣାମୟ ନିଧାନ

ନାମ ପତିତପାବନ ପତିତଜନ କାରଣ ।

ମାୟା ଧାରୀ ମାୟା ତାର କିଏବା ଜାଣିବ ।

କାହ୍ନୁ ପରି . . . କାହ୍ନୁ ପରି . ..କାହ୍ନୁ ପରି କିଏ ହବ । ।

ଯାହାର ଚରଣ ରଜେ ଶୀଳା ହୁଏ ନାରୀ .

ଏକଥା ଜାଣେଟି ସିନା ଅହଲ୍ୟ। ସୁନ୍ଦରୀ ।

ପାଷାଣ ଥିଲା ନାରୀ ହୋଇଲା

ସ୍ଵାମୀ ଶାପ୍ୟରୁ ମୁକ୍ତି ପାଇଲା ।

ସ୍ଵାମୀ ପାଦେ ଥିଲା ମନ

ଲଭିଲା ପ୍ରଭୂ ଚରଣ- . .

ଏଡେ ବଡ ପ୍ରଭୁ ସିଏ

ତା କଥାକୁ ଜାଣେ କିଏ 

ତାଙ୍କଠାରୁ ବଡ ଆଉ କିଏବା ହୋଇବ ।

କାହ୍ନୁ ପରି କିଏ ହବ । ।୧। ।


ପ୍ରଭୁଙ୍କ କରୁଣା ନେତ୍ର ପଡ଼େ ଯାହା ପରେ 

ସୁଦାମା ବ୍ୟତୀତ କିଏ ଜାଣେ ଏ ସଂସାରେ ।

ଦରିଦ୍ର ହୀନ ଦୁଃଖରେ ଦିନ

ବଞ୍ଚଇଦିନ ଭିକ୍ଷା ମାଗିଣ. .

ପ୍ରଭୁ ନାମ ଗାଇ ଗାଇ

ନାମରେ ଶରଣ ଯାଇ

ପ୍ରଭୁଙ୍କ କୃପା ବଳରେ ଲଭିଲେ ମାଧବ ।

କାହ୍ନୁ ପରି କିଏ ହବ । ।୨ ।।


Rate this content
Log in

Similar oriya poem from Classics