କାହିଁକି ଯିବି ମୁଁ ମନ୍ଦିର
କାହିଁକି ଯିବି ମୁଁ ମନ୍ଦିର
ମନ ମନ୍ଦିରର ନିବୃତ୍ତ
କୋଣରେ ରୂପା ଫରୁଆରେ
ଆତ୍ମାର ଦ୍ବାର ଦେଶରେ
ପରମ ପୂଜ୍ଯ ପରମାତ୍ମା
ଉପନିବେଷ୍ଠିତ ତାଙ୍କରି
ପୂଜା ଆରାଧନାର ସରଞାମ
ପ୍ରତ୍ଯେକଙ୍କ ଆତ୍ମାକୁ ଚିହ୍ନି
ସଭିଙ୍କୁ ସତ୍ ବ୍ଯବହାର
କରିପାରିଲେ ପ୍ରଦର୍ଶିତ
ନିଜ ମନର ପାଦଚଲା
ରାସ୍ତାରେ ଚାଲି ପାଇଯିବି
ପରମାତ୍ମାଙ୍କ ଦର୍ଶନ
ଲୋଡା ପଡିବନି ଆଉ
ମନ୍ଦିର ଗୀର୍ଜା ମସଜିଦ
ଅନ୍ୟର ଆତ୍ମା ଚିହ୍ନି
ଦୁଃଖୀରଙ୍କିଙ୍କୁ କରିବି
ଦାନ ପାଇଯିବି
ସାକ୍ଷାତ ପରଂବ୍ରହ୍ମଙ୍କ ଦର୍ଶନ
ଆର ଜନମେ ପାଇଯିବି
ବୈକୁଣ୍ଠରେ ସ୍ଥାନ କରୁଥୁବି
ସଦା ସତ୍ କର୍ମ ରକ୍ଷା
କରୁଥିବି ଅନ୍ଯର ଜୀବନ
ସତ୍ ଚିନ୍ତନ ସତ୍ କର୍ମ
ଆଣିଦିଏ ସ୍ଵର୍ଗ ସୁଖ
ବୁଣି ଦିଏ ପୁଲକ
ମନ୍ଦିର ଯିବା ମୋର
ନାହିଁ ପ୍ରୟୋଜନ ।
