STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାହିଁକି ଯିବି ମୁଁ ମନ୍ଦିର

କାହିଁକି ଯିବି ମୁଁ ମନ୍ଦିର

1 min
235


ମନ ମନ୍ଦିରର ନିବୃତ୍ତ

କୋଣରେ ରୂପା ଫରୁଆରେ

ଆତ୍ମାର ଦ୍ବାର ଦେଶରେ

ପରମ ପୂଜ୍ଯ ପରମାତ୍ମା

ଉପନିବେଷ୍ଠିତ ତାଙ୍କରି

ପୂଜା ଆରାଧନାର ସରଞାମ

ପ୍ରତ୍ଯେକଙ୍କ ଆତ୍ମାକୁ ଚିହ୍ନି

ସଭିଙ୍କୁ ସତ୍ ବ୍ଯବହାର

କରିପାରିଲେ ପ୍ରଦର୍ଶିତ

ନିଜ ମନର ପାଦଚଲା

ରାସ୍ତାରେ ଚାଲି ପାଇଯିବି

ପରମାତ୍ମାଙ୍କ ଦର୍ଶନ

ଲୋଡା ପଡିବନି ଆଉ

ମନ୍ଦିର ଗୀର୍ଜା ମସଜିଦ 

ଅନ୍ୟର ଆତ୍ମା ଚିହ୍ନି

ଦୁଃଖୀରଙ୍କିଙ୍କୁ କରିବି

 ଦାନ ପାଇଯିବି

ସାକ୍ଷାତ ପରଂବ୍ରହ୍ମଙ୍କ ଦର୍ଶନ

ଆର ଜନମେ ପାଇଯିବି

ବୈକୁଣ୍ଠରେ ସ୍ଥାନ କରୁଥୁବି

ସଦା ସତ୍ କର୍ମ ରକ୍ଷା

କରୁଥିବି ଅନ୍ଯର ଜୀବନ

ସତ୍ ଚିନ୍ତନ ସତ୍ କର୍ମ

ଆଣିଦିଏ ସ୍ଵର୍ଗ ସୁଖ

ବୁଣି ଦିଏ ପୁଲକ

ମନ୍ଦିର ଯିବା ମୋର

 ନାହିଁ ପ୍ରୟୋଜନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational