STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

କାହିଁକି ରାମାୟଣ ଭାଗ-୧

କାହିଁକି ରାମାୟଣ ଭାଗ-୧

2 mins
256

ମୋ ଦେଶ ଗାରିମା ବିଶ୍ବେ ବିଦିତ

ତୁଳନା ତାହାର ନାହିଁ

ବିଶ୍ଵ ଗ୍ରନ୍ଥ ଭାବେ ରାମାୟଣର

ପଟାନ୍ତର ପରା ନାହିଁ ।

ରାବଣ ଜନମ ହୋଇଲା ଦିନଠୁ

ଘୋର ତପ ଆରମ୍ଭିଲା

ତପସ୍ୟା ବଳରେ ବଳୀୟାନ ହୋଇ

ଦେବଗଣେ ଦାସ କଲା।

ସୀତାଙ୍କ ହରଣ ତା ମୃତ୍ୟୁ କାରଣ

କହିଥିଲେ ବେଦପତି

କ୍ଷମତାରେ ମତ୍ତ ହୋଇ ଦଶାନନ

କଲା ବହୁ ଅପକିର୍ତ୍ତୀ।

ଦଶରଥ ରାଜା ଥିଲେ ଅପୁତ୍ରିକ

ପୁଣି ଯେ ରାବଣ ପାଇଁ

ଶୌର୍ଯ୍ୟ ତାଙ୍କର ହରିଥିଲା ସିଏ

କୁଳପୂରୋହିତ ହୋଇ।

ଶପଥ କରାଇ ଦଶରଥଙ୍କୁ ସେ

ଶୌର୍ଯ୍ୟ ନେଇଥିଲା ହରି

ଅପୁତ୍ରିକ ଦୋଷେ ଦଶରଥ ପୁଣି

ଥିଲେ ମଥାନତ କରି।

ଶିକାର ପାଇଁ କି ଯାଇ ସେ ମାରିଲେ

ଶ୍ରବଣ କୁମାରେ ତୀର

ଅନ୍ଧମୁନିଙ୍କର କ୍ରୋଧରୁ ତାହାଙ୍କୁ

ମିଳିଲା ନାହିଁ ନିସ୍ତାର।

ଶ୍ରବଣ ନିଧନ ଜାଣି ଅନ୍ଧମୁନି

ଦେଇଥିଲେ ଅଭିଶାପ

ଦଶରଥ ତୁହି ଦେଖିପାରିବୁନି

ଶେଷ ବେଳେ ପୁତ୍ରମୁଖ।

ଅଭିଶାପଟିକୁ ଆଶୀର୍ବାଦ ଭାବି

ମଥାପାତି ନେଲେ ସେହି

ପୁତ୍ର ଦର୍ଶନ ନୋହୂ ଶେଷ ବେଳେ

ପିତା ନିଶ୍ଚେ ହେବି ମୁହିଁ ।

ଯଜ୍ଞ ଚରୁ ରୁ ଜନମିଲେ ପୁଣି

ଚାରିପୁତ୍ର ରାଜାଙ୍କର

ରୂପରେ ଗୁଣରେ ସରି କେହି ନାହିଁ

ସବୁ ମହା ଧନୁର୍ଦ୍ଧର ।

ରାବଣ ଜାଣିଣ ରାମଙ୍କ ଜନମ

ରାଗେ ଜର୍ଜରିତ ହୋଇ

ଫିଟାଇ କବାଟ ଗୁପ୍ତ ଦ୍ବାରର

ହତବମ୍ବ ହେଲା ସେହି।

ଦଶରଥଙ୍କର ଶୌର୍ଯ୍ୟ ପାତ୍ରକୁ

ନପାଇଣ ଦଶାନନ।

ମନ୍ଦୋଦରୀଙ୍କୁ ପଚାରିଲା ପୁଣି

ଶୌର୍ଯ୍ୟ ଉଭାନ କାରଣ।

ମନ୍ଦୋଦରୀର କଥାଟି ଥିଲା

ଅତୀବ ରୋମାଞ୍ଚମୟ

ସବୁଶୁଣି ସାରି ରାବଣ ଚକିତ

ପାଇଲା ସେ ମନେ ଭୟ ।

ରାବଣ ସହିତ କଳି କରି ଦିନେ

ମନ୍ଦୋଦରୀ କଲାପଣ

ନିଶ୍ଚିତ ପିଇବ ହଳାହଳ ବିଷ

ହାରିବ ତାର ଜୀବନ।

ଦଶାନନ ତାକୁ କହିଥିଲେ ଡାକି

ଗୋପନ ପାତ୍ର ରହସ୍ଯ।

ଜାଣି ଥିଲା ସିଏ ସେ ପାତ୍ରରେ

ଅଛି ନିଶ୍ଚେ ହଳାହଳ ବିଷ।

ଦୁଶ୍ଚିନ୍ତାରେ ପଡି ଶୌର୍ଯ୍ୟ ପାତ୍ରରୁ

ଶୌର୍ଯ୍ୟକୁ ଭାବି ବିଷ।

ପାନ କଲାପରେ ଗର୍ଭବତୀ ହେଲା

ଭାବିଲା କରିବ କିସ।

କନ୍ୟା ସନ୍ତାନକୁ ପ୍ରସବ କରାଇ

ଫରୁଆରେ ଭରି ଦେଲେ

ଲୋକ ଅପବାଦୁ ବଞ୍ଚିବାକୁ ଯାଇ

ନଦୀରେ ଭସାଇ ଦେଲେ।

ଜନକ ପାଇଲେ ସେ କନ୍ୟା ଫରୁଆ

ହେଲେ ମନେ ଆନନ୍ଦିତ

କନ୍ୟାର ନାମ ଜାନକୀ ଦେଇଣ

ପିତୃପ୍ରାଣ କଲେ ତୃପ୍ତ।

ରାବଣ ଜାଣିଲା ସମସ୍ତ ବୃତ୍ତାନ୍ତ

କପାଳରେ ଦେଲା ହାତ।

ମନ୍ଦୋଦୋରୀଙ୍କୁ ମିଛ କହିବାରୁ

ଆଜି ସିଏ ହନ୍ତସନ୍ତ।

ରାବଣ ଲେଖିଛି ନିଜର ମରଣ

କ୍ଷମତାରେ ଅନ୍ଧହୋଇ।

ସେଥିପାଇଁ ପରା ରାମାୟଣ ସୃଷ୍ଟି

ରାବଣ କରିଛି ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational