କାହିଁକି ଓ କାହା ପାଇଁ
କାହିଁକି ଓ କାହା ପାଇଁ
କହ ଆରେ ଆଖି କାଂଦିବୁ ତୁ ଏତେ
କାହିଁକି ଓ କାହା ପାଇଁ ,
ଚାଲି ଗଲା ଯିଏ ଅଫେରା ବାଟରେ
ଆଉ କି ଫେରିବ ସେହି !
ଝରି ଗଲେ ଫୁଲ ଫେରେ ନା ଡାଳକୁ
ଭାସିଗଲା ଭେଳା ଫେରେ ନା କୂଳକୁ
ଭାଂଗିଗଲେ ଥରେ କାଚର ଆଇନା
ଆଉ କି ରଖଂତି କେହି !
ଯେତେ ଦିନ ଯାଏ ସାଥେ ସିଏ ସାଥୀ
ଚାଲିଗଲା ପରେ ସେ ତ ଖାଲି ସ୍ମୃତି
ହୃଦୟର ଦାଗ ଅଲିଭା ହୃଦୟେ
ଲୁହ କି ପାରିବ ଧୋଇ !
