STORYMIRROR

Subal Routray

Tragedy

2  

Subal Routray

Tragedy

କାହିଁକି ଓ କାହା ପାଇଁ

କାହିଁକି ଓ କାହା ପାଇଁ

1 min
14.6K



କହ ଆରେ ଆଖି କାଂଦିବୁ ତୁ ଏତେ

କାହିଁକି ଓ କାହା ପାଇଁ ,

ଚାଲି ଗଲା ଯିଏ ଅଫେରା ବାଟରେ

ଆଉ କି ଫେରିବ ସେହି !


ଝରି ଗଲେ ଫୁଲ ଫେରେ ନା ଡାଳକୁ

ଭାସିଗଲା ଭେଳା ଫେରେ ନା କୂଳକୁ

ଭାଂଗିଗଲେ ଥରେ କାଚର ଆଇନା

ଆଉ କି ରଖଂତି କେହି !


ଯେତେ ଦିନ ଯାଏ ସାଥେ ସିଏ ସାଥୀ

ଚାଲିଗଲା ପରେ ସେ ତ ଖାଲି ସ୍ମୃତି

ହୃଦୟର ଦାଗ ଅଲିଭା ହୃଦୟେ

ଲୁହ କି ପାରିବ ଧୋଇ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy