Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Routray

Others

2  

Subal Routray

Others

ଚିହ୍ନା ଅଚିହ୍ନା

ଚିହ୍ନା ଅଚିହ୍ନା

1 min
1.7K


ଏତେ ଚିହ୍ନା ଏତେ ଅଚିହ୍ନା ତଥାପି,

କେବେ ଆମେ ପରସ୍ପରକୁ ଚିହ୍ନିବା,

କେଉଁ ନାମେ ଆଉ କେଉଁ ଠିକଣାରେ,

ଆମେ କେବେ ପରସ୍ପରକୁ ଜାଣିବା !

କେଉଁ ପରିଚୟ ଦେଇଛି ଜୀବନ,

କେଉଁ ନାମେ ହୁଏ ଆମ ନାମାଙ୍କନ

କେଉଁ ସୀମା କେଉଁ ସରହଦ ଦେଇ,

ଆମେ ଆମ ସ୍ଥିତି ଜାହିର କରିବା !

ଜାଣିଛି କ୍ଷଣିକ ଏଇ ନାମ ଧାମ,

ପଲକ ଭିତରେ ସବୁର ବିରାମ,

କିଏ ସତ୍ୟ କିଏ ଛଳନା ଜୀବନେ,

ଛଦ୍ମବେଶ ବୋଲି କେମିତି ଜାଣିବା ।


Rate this content
Log in