STORYMIRROR

Subal Routray

Others

1.0  

Subal Routray

Others

ବାଲିଘର

ବାଲିଘର

1 min
13.8K




ଭାଂଗିବା ପାଇଁ ତ ଗଢିଥାଏ ହାତ

ସମୁଦ୍ର ବେଳାରେ ବାଲିଘର ଟିଏ ,

ଅଜସ୍ର ଲହରୀ ଉଛୁଳା ଜୁଆର

ଅନାୟାସେ ବାଲିଘର ଭାଂଗିଦିଏ !

କଳ୍ପନାର କଳାକୃତି ବାଲିଘର

କେଇ ଘଂଟା ପାଇଁ ଜୀବନ ତାହାର

ଦେଖୁ ଦେଖୁ ହେଇ ଯାଏ ବିପର୍ଯ୍ୟସ୍ତ

ରଂଗ ଉଡିଯାଏ ଲାବଣ୍ୟ ପଳାଏ !

ତଥାପି ତ ହାତ ତୋଳେ ବାଲିଘର

ଜିଦ୍ ତ ଅପରାଜୟ ଜୀବନର

ଗଢୁଥାଏ ମନ ସପନ ସଉଧ

ଯେତେ ଯେତେ ଏ ସମୟ ଭାଂଗୁଥାଏ !


Rate this content
Log in