ଯେବେ ଦେଖା ହୁଏ
ଯେବେ ଦେଖା ହୁଏ
ଯେବେ ଅନୁଭବ କରେ ତୁମ ପ୍ରେମ
ତେବେ ତୁମେ ଥାଅ ତୁମ କୃପା ଥାଏ
ଖାଲି ଆଲୋକର ଏକ ଦୀର୍ଘ ପଥ
ଆଖି ପାଉ ଥିବା ଯାଏ ଲଂବି ଥାଏ !
ମନ ନୀଳ କଇଁ ପରି ଭାସୁଥାଏ ,
ଖାଲି ମହ ମହ ମଲ୍ଲୀ ଫୁଲ ମାଳ
ଆଉ ଚଂଦନ ତୁଳସୀ ବାସୁ ଥାଏ ।
ଲୁହ ଢଳ ଢଳ ନେତୃ ଝରୁ ଥାଏ ,
କିଛି ମାଗିବାକୁ ମନ କରେ ନାହିଁ
ଖାଲି ହଜି ଯିବା ପାଇଁ ଚାହୁଁ ଥାଏ ।
ଏକ ଅସଂପୂର୍ଣ୍ଣ ଆଶା ଅଭିଳାଷ
ଏକ ସଂପୂର୍ଣ୍ଣତା ଆପେ ଖୋଜି ପାଏ !
